ଘଟଣା ଓ ଦୁର୍ଘଟଣା

ବେଆଇନ କୋଇଲା ଡିପୋ କରି ୪ ଗିରଫ

By Angul TV Bureau

March 30, 2023

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜାମୁନାଳୀ ଗ୍ରାମ୍ୟ ଜଙ୍ଗଲରେ ବେଆଇନ କୋଇଲା ଡିପୋ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ,ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଜାମୁନାଳୀ ଗ୍ରାମ୍ୟ ଜଙ୍ଗଲରେ ଏକ ବେଆଇନ କୋଇଲା ଡିପୋରେ ଚଢ଼ଉ କରିଥିଲା। ପୋଲିସକୁ ଦେଖି ସେଠାରେ ଥିବା ୫ଜଣ ପଳାଇ ଯାଇଥିଲେ । ପୋଲିସ ସେମାନଙ୍କୁ ପିଛାକରି ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ।

ସୂଚନା ଅନୁଯାୟୀ, ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ହିଙ୍ଗୁଳା କୋଇଲା ଖଣିରୁ କୋଇଲା ଚୋରିକରି ସୂବର୍ଣ୍ଣପୁରର ଦୁଃଶାସନ ନାଏକ(୪୭) ଓ ଲକେଇପଶି ଗାଁର ଶୁଭ୍ରକାନ୍ତ ପାତ୍ର(୨୩) ଜାମୁନାଳୀ ଗ୍ରାମ୍ୟ ଜଙ୍ଗଲର ବେଆଇନ କୋଇଲା ଡିପୋ କରିଥିବା ଜାମୁନାଳୀ ଗାଁର ସୁନଜା ପଟ୍ଟନାୟକ(୩୮) ଓ ନତଡ଼ା ଗାଁର ସୁନୀଲ ସାହୁ(୨୭)ଙ୍କୁ ବିକ୍ରି କରନ୍ତି । ଏହି ଚୋରି କୋଇଲାକୁ ଉଚ୍ଚ ଦରରେ ସୁନଜା ଓ ସୁନିଲ ବାହାରେ ବିକ୍ରି କରନ୍ତି। ପୋଲିସ ଚଢ଼ଉ କରି ୨୦ ଟନ୍‌ରୁ ଊର୍ଦ୍ଧ୍ବ କୋଇଲା, ୨ଟି ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବଧବାର କୋର୍ଟଚାଲାଣ କରାଯାଇଛି ।