ଘଟଣା ଓ ଦୁର୍ଘଟଣା

ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଯୁବକ ଗିରଫ

By Sanjeeb Biswal

October 14, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁ କୁମାର ପୂର୍ଣ୍ଣିମା ଉତ୍ସବରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫକରିଛି।

ସୂଚନା ଯେ, ସାନକେରଜାଙ୍ଗ ଗାଁର ସଂଗ୍ରାମ କୁମାର ଦାସ(୨୮) ଗତ ୯ ତାରିଖ ରାତି ୯ଟାରେ ଗୋଳାବନ୍ଧ ଗାଁ କୁମାର ପୂର୍ଣ୍ଣିମା ଉତ୍ସବ ଦେଖିବାକୁ ଯାଇଥିଲେ। ପୂର୍ବ ଶତ୍ରୁତାରୁ ସେଠାରେ ଥିବା ଡ଼ାବରଧୁଆ ଗାଁର ସନିଆ ଓରଫ ସତ୍ୟବ୍ରତ ଦେବତା(୨୩), ଗୋଳାବନ୍ଧ ଗାଁର ଦିପକ ସାହୁ(୨୪), ଟିମା ଓରଫ ବିନାୟକ ପ୍ରଧାନ(୨୪) ଓ ବଡ଼କେରଜାଙ୍ଗ ଗାଁର ପ୍ରଦୁଷ ରାଉଳ(୩୧) ଆଦି ୪ ଜଣ ମିଶି ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସଂଗ୍ରାମ ଗୁରୁତର ଆହତ ହୋଇ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଏ ନେଇ ସଂଗ୍ରାମଙ୍କ ଦାଦା ଶ୍ରୀକାନ୍ତ ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଛି।