ଘଟଣା ଓ ଦୁର୍ଘଟଣା

ଚୌକାଠ ସହ ୪ ସାଇକଲ୍ ଜବତ

By Biswaranjan Pattnaik

June 11, 2021

ଅନୁଗୁଳ: ଖମାର ରେଞ୍ଜ ତାମ୍ବୁର ବିଟ୍ ଅଞ୍ଚଳରେ ବନବିଭାଗ ଗୁରୁବାର ଭୋରରେ ଚଢ଼ିଉକରି ଶାଳ ଚୌକାଠ ନେଉଥିବା ୪ଟି ସାଇକଲ୍ ଜବତ କରିଛି । ବନ ବିଭାଗ ସୂତ୍ରରୁ ପ୍ରକାଶ, ରାତିରେ ଖମାର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକ ସଦଳବଳ ତାମ୍ବୁର ବିଟ୍ ତଥା ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ | ଦୁର୍ବୃତ୍ତମାନେ ୪ଟି ସାଇକଲ୍‌ରେ ଶାଳ ଚୌକାଠ ବୋଝେଇକରି ନେବାବେଳେ ଭୋର ପ୍ରାୟ ୪ଟାବେଳେ ଧରାପଡ଼ିଥିଲେ। ୪ଟି ସାଇକଲ୍‌ରେ ୩୦ ଘନଫୁଟ କାଠ ନିଆଯାଉଥିଲା। ବନ ବିଭାଗ କର୍ମଚାରୀଙ୍କୁ ଦେଖି କାଠଚୋର ସାଇକଲ୍ ଛାଡ଼ି ଫେରାର ହୋଇଯାଇଥିଲେ। ରେଞ୍ଜର ଶ୍ରୀ ଗଡ଼ନାୟକ ସାଇକଲ୍ ସହ କାଠ ଜବତ କରିଥିଲେ।