ଘଟଣା ଓ ଦୁର୍ଘଟଣା

ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପରିସରରୁ ତାର ଚୋରି, ୪ ଗିରଫ

By Swagatika Samantray

February 17, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରୁ ଆଲୁମିନିୟମ ବିଦ୍ୟୁତ ତାର ଚୋରି ଅଭିଯୋଗରେ ପୁଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବଅଁରପାଳ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବଅଁରପାଳ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ପୁଲିସ ଗାଡ଼ି ଦେଖି ୪ ଜଣ ଦୌଡ଼ି ପଳାଇବା ସମୟରେ ପୁଲିସ ତାଙ୍କୁ ଗୋଡ଼ାଇ କାବୁ କରିଥିଲା। ସେମାନେ ହେଲେ ନାଲକୋ ଥାନା ଅଞ୍ଚଳରେ ରହୁଥିବା ସନ୍ଦିପ୍ ଗୁପ୍ତା(୨୫), ପାତୁନ ଡ଼ମ୍ବରୁ(୪୬), ସୁନିଲ ପଧାନ(୨୫) ଓ ସୁଶାନ୍ତ ଚୌଧୁରୀ(୨୨)। ଏହି ୪ ଜଣ ବିଦ୍ୟୁତ କାର୍ଯ୍ୟାଳୟରେ ରଖାଯାଇଥିବା ୪୫୦ ମିଟର ଆଲୁମିନିୟମ ବିଦ୍ୟୁତ ତାର ଚୋରିକରି ନେଉଥିଲେ। ପୋଲିସ ଚୋରି ତାରସହ ୩ଟି ମୋପେଡ଼ ଜବତକରି ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି।