ଅନୁଗୁଳ: ଆରମ୍ଭ ହୋଇଛି ଦଶମ ଶ୍ରେଣୀର ମାଟ୍ରିକ ପରୀକ୍ଷା। ଏନେଇ ଅନୁଗୁଳ ଜିଲ୍ଲାର ୮ଟି ବ୍ଲକରେ ୯୨ଟି ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଇଛି। ସଠିକ ସମୟରେ ସୁରକ୍ଷିତ ଭାବେ ପରୀକ୍ଷାର୍ଥୀ ମାନେ କିପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେ ନେଇ ପ୍ରତି ବିଦ୍ୟାଳୟ ଠାରୁ ୫ କିଲୋମିଟର ପରିଧି ମଧ୍ୟରେ ପରୀକ୍ଷା କେନ୍ଦ୍ର କରିବାକୁ ନିୟମ ରହିଛି। ଏହି ନିୟମ ଅନୁସାରେ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ୯୨ ଗୋଟି ପରୀକ୍ଷା କେନ୍ଦ୍ର କରିଥିଲେ ମଧ୍ୟ ଅନେକ ପଞ୍ଚାୟତ ଏପରି ଅଛି ଯେଉଁଠାରୁ ପରୀକ୍ଷାର୍ଥୀ ୪୦ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରି ପରୀକ୍ଷା ଦେବାକୁ ଆସୁଥିବା ଜଣାପଡିଛି।
ଅନୁଗୁଳ ବ୍ଲକ ଅନ୍ତର୍ଗତ ସାତକୋଶିଆ ଅଭୟାରଣ୍ୟରେ ରହିଛି ପୁରୁଣାକୋଟ ଉଚ୍ଚ ବିଦ୍ୟାଳୟ। ଆଖପାଖ ଟିକରପଡା, ମଝିପଡା, ହାତୀବାରି, ଗଇଁଦି, ବେହେରାସାହି, ଛୋଟକେଇ, ବାଘମୁଣ୍ଡା ଆଦି ଅନେକ ଗାଁର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ। ବର୍ତ୍ତମାନ ଦଶମ ଶ୍ରେଣୀର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପୁରୁଣାକୋଟ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ର ଏଠାରୁ ୪୦ କିଲୋମିଟର ଦୂର ପୁରୁଣାଗଡ଼। ଏଣୁ ବାଧ୍ୟ ହୋଇ ଏଠାକାର ଗରିବ ପିଲା ପରୀକ୍ଷା ଦିନ ଗାଡ଼ି ଭଡ଼ା କରି ପୁରୁଣାଗଡ଼ ଆସୁଛନ୍ତି। ପ୍ରତିପାଳି ପରୀକ୍ଷାରେ ନିଜ ଛୁଆଙ୍କୁ ନେଇ ପରୀକ୍ଷା କେନ୍ଦ୍ର ଆସିବା ସେମାନଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଥିବା କିଛି ଅଭିଭାବକ କହିଛନ୍ତି।ସମାନ ଭାବେ ଆଉ ଏକ ଉପାନ୍ତ ଅଞ୍ଚଳ ହେଉଛି କିଶୋରନଗର ବ୍ଲକ। ଏହି ବ୍ଲକରେ ଅନେକ ଅଞ୍ଚଳ ରହିଛି ଯେଉଁଠାରୁ ପରୀକ୍ଷା କେନ୍ଦ୍ରର ଦୂରତ୍ୱ ପ୍ରାୟ ୧୪ କିଲୋମିଟର। ହୃଷିକେଶ ଉଚ୍ଚ ବିଦ୍ୟାପୀଠ ଇଚ୍ଛାପୁରରେ ଯେଉଁ ପରୀକ୍ଷା କେନ୍ଦ୍ର ହୋଇଛି ସେଠାକୁ ୧୪ କିଲୋମିଟର ଦୂରରେ ଥିବା ଶ୍ରୀ ସତ୍ୟସାଇ ଆଶ୍ରମ ଉଚ୍ଚବିଦ୍ୟାଳୟ, କଟରଙ୍ଗାର ଛାତ୍ରଛାତ୍ରୀ ଆସୁଛନ୍ତି। ଫୁଲଆମ୍ବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ସେଣ୍ଟର ହୋଇଛି। ଏଠାରୁ ପ୍ରାୟ ୧୨ କିଲୋମିଟର ଦୂର ଝରାବେରେଣି ଓ ବାମୁରା ଆଦି ଅଞ୍ଚଳର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସୁଛନ୍ତି।
ସମାନ ଭାବେ ଆଉ ଏକ ଉପାନ୍ତ ଅଞ୍ଚଳ ହେଉଛି କିଶୋରନଗର ବ୍ଲକ। ଏହି ବ୍ଲକରେ ଅନେକ ଅଞ୍ଚଳ ରହିଛି ଯେଉଁଠାରୁ ପରୀକ୍ଷା କେନ୍ଦ୍ରର ଦୂରତ୍ୱ ପ୍ରାୟ ୧୪ କିଲୋମିଟର। ହୃଷିକେଶ ଉଚ୍ଚ ବିଦ୍ୟାପୀଠ ଇଚ୍ଛାପୁରରେ ଯେଉଁ ପରୀକ୍ଷା କେନ୍ଦ୍ର ହୋଇଛି ସେଠାକୁ ୧୪ କିଲୋମିଟର ଦୂରରେ ଥିବା ଶ୍ରୀ ସତ୍ୟସାଇ ଆଶ୍ରମ ଉଚ୍ଚବିଦ୍ୟାଳୟ, କଟରଙ୍ଗାର ଛାତ୍ରଛାତ୍ରୀ ଆସୁଛନ୍ତି। ଫୁଲଆମ୍ବ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ସେଣ୍ଟର ହୋଇଛି। ଏଠାରୁ ପ୍ରାୟ ୧୨ କିଲୋମିଟର ଦୂର ଝରାବେରେଣି ଓ ବାମୁରା ଆଦି ଅଞ୍ଚଳର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସୁଛନ୍ତି।
ପାଳଲହଡା ବ୍ଲକର ବନ୍ଧାଭୂଇଁ ଉଚ୍ଚ ବିଦ୍ୟାଳୟ, ନବଜ୍ୟୋତି ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପ୍ରିୟା ଉଚ୍ଚ ବିଦ୍ୟାଳୟ ସୋଇଡାର ଛାତ୍ରଛାତ୍ରୀ ମାନେ ପ୍ରାୟ ୧୫ କିଲୋମିଟର ଅତିକ୍ରମ କରି ନମପଶି ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ପରୀକ୍ଷା ଠାରୁ ରାସ୍ତାର ଦୂରତ୍ୱ ଅଧିକ କଷଣ ପାଲଟିଛି। ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାରୀ ନିୟମ ମୁତାବକ ୧୦ କିଲୋମିଟର ମଧ୍ୟରେ ସମସ୍ତ ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଇଛି। ଯେଉଁ କିଛି କେନ୍ଦ୍ର ଅଧିକ ଦୂର ରହିଛି ତାହା ମଧ୍ୟରେ ଅନ୍ୟ ସେଣ୍ଟର କରିବା ଯୋଗ୍ୟ କୌଣସି ଉଚ୍ଚ ବିଦ୍ୟାଳୟ ନାହିଁ ବୋଲି ସେ କହିଛନ୍ତି।