ଅନୁଗୁଳ: ହେତୁବାଦୀ ଓ ପରମ୍ପରାବାଦୀ ପରସ୍ପର କଳିତକରାଳରେ ମାତିଥିଲେ ମଧ୍ୟ ଅନୁଗୁଳବାସୀ ସେଥିରେ ନପସି ଛାଡଖାଇକୁ ବେଶ ଉତ୍ସାହର ସହ ମନାଇଛନ୍ତି। ମାସକର ଆଇଁସ ଛାଡ଼ ପରେ ଆଜି ଛାଡଖାଇରେ ଗ୍ରାହକମାନେ ବଡି ସକାଳୁ ମାଛମାଂସ ଦୋକାନରେ ଭିଡ ଲଗାଇଥିଲେ। ଏପରିକି ଆଜି ସନ୍ଧ୍ୟାରେ ମଧ୍ୟ ନନ ଭେଜ ମାର୍କେଟରେ ଗ୍ରାହକଙ୍କ ଭିଡ ଲାଗିଛି। ହିସାବରୁ ଜଣାପଡ଼ିଛି ଅନୁଗୁଳ ସହରରେ ୭୦ କୁଇଣ୍ଟାଲ ଚିକେନ୍, ୩୦ କିଲୋ ମାଛ ଓ ୨୦ କୁଇଣ୍ଟାଲ ଛେଳି, ଖାସି ମାଂସ ବିକ୍ରି ହୋଇଛି। ଯାହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ।