ମୁଖ୍ୟ ଖବର

କଳାକାର ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ: କଳା ଓ କଳାକାର ସବୁବେଳେ କାଳଜୟୀ: ନୃତ୍ୟର ତାଳେ ତାଳେ ଦର୍ଶକ ବିଭୋର

By Biswaranjan Pattnaik

November 03, 2025

ଅନୁଗୁଳ: ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ “କଳାକାର” ପକ୍ଷରୁ ୪୦ ତମ  ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ଶ୍ରୀ ପ୍ରିତୀମୟ ନିଜ ଅଭିଭାଷଣରେ  କଳା ଓ କଳାକାର ସବୁବେଳେ କାଳଜୟୀ। ଏହି କଳାକାରମାନଙ୍କ ହସ କାନ୍ଦ ଭରା ଅଭିନୟ ଖାଲି ମନୋରଞ୍ଜନ ଯୋଗାଏ ନାହିଁ ସମାଜରେ ଏକତା ଓ ଭାଇଚାରା ବୁଣିବାରେ ସହାୟତା କରିଥାଏ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ରୂପେ ଗୁରୁ ଶ୍ରୀ ଶରତ ପାଣି,ସନାତନ ନାୟକ,ଶାନ୍ତନୁ ନାୟକ ଯୋଗ ଦେଇଥିଲେ। କଳାକାର ସଦସ୍ୟମାନେ ହରି ଗୁରୁଜୀଙ୍କ ଦ୍ଵାରା ଲିଖିତ ଓ ଗୁରୁ ବିପିନ ବିହାରୀ ଦାସଙ୍କ ଦ୍ଵାରା ନିର୍ଦ୍ଦେଶିତ ଆବାହନୀ ସଙ୍ଗୀତ କଳାକାର ଆମେ କଳାକାର.. ଗାନ କରିଥିଲେ ।

ଅନୁଷ୍ଠାନର ସଭାପତି ବିରେନ୍ଦ୍ର ପ୍ରଧାନ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ସଂସ୍ଥାର କାର୍ଯ୍ୟାବଳୀ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ,ଡ଼ା କୃଷ୍ଣଚନ୍ଦ୍ର ଦାସ ଓ କ୍ଷୀରୋଦ ପାତ୍ର  ଉପସ୍ଥିତ ଥିଲେ। ପ୍ରତିଯୋଗିତାର ପ୍ରଥମ ଦୁଇ ଦିନରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ  ପ୍ରତିଯୋଗୀ ଅଂଶ ଗ୍ରହଣ  କରିଥିଲେ। ସମ୍ପାଦକ ବିଦ୍ୟାଧର ନାଏକ  ଧନ୍ୟବାଦ୍ ଅର୍ପଣ କରିଥିଲେ। ବରିଷ୍ଠ ସଦସ୍ୟ ଡ଼ ବୈରାଗୀ ଚରଣ ମଲ୍ଲୀକ ମଞ୍ଚ ପରିଚାଳନା କରିଥିବା ବେଳେ କଳାକାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।