ଅନ୍ୟାନ୍ୟ

୪୬ ବର୍ଷରେ ଭାରତୀୟ ଜନତା ପାର୍ଟି: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପ୍ରତିଷ୍ଠା ଦିବସ ପାଳିତ

By Angul TV Bureau

April 06, 2025

ଅନୁଗୁଳ : ଅନୁଗୁଳରେ ପାଳିତ ହୋଇଛି ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ। ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ମଣ୍ଡଳ, ବୁଥ୍, ଜିଲ୍ଲା କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ବିଜେପି ପତାକା ଉତ୍ତୋଳନ କରିଥିଲେ।ସେ କହିଥିଲେ, ୧୯୮୦ ମସିହାରେ ବିଜେପି ପ୍ରତିଷ୍ଠା ଲାଭ କରିଥିଲା। ଆଜି ୪୬ ବର୍ଷରେ ପାଦ ଥାପିଛି ଏହି ଦଳ। ଏବେ ଯାଏଁ ୧୮ କୋଟି ଲୋକ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ବିଶ୍ୱର ସର୍ବବୃହତ ପାର୍ଟି ବୋଲି ଅତିଥିମାନେ ମତ ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ଜିଲ୍ଲା ଉପ ସଭାନେତ୍ରୀ ସୁଜାତା ଦାସ, ସମ୍ପାଦିକା ନମିତା ଦଳବେହେରା, ଅନୁଗୁଳ ବିଧାନସଭା ସଂଯୋଜକ ଦିଲ୍ଲୀପ ଦାସ, ଅନୁଗୁଳ ନଗର ମଣ୍ଡଳ ସଭାପତି ପବନ ମାଣ୍ଡୋଟିଆ, ବନ୍ତଳା ମଣ୍ଡଳ ସଭାପତି କାହ୍ନୁଚରଣ ପ୍ରଧାନ, ବଡ଼କେରା ମଣ୍ଡଳ ସଭାପତି ସୁଲଭ ଦେହୁରୀ, ମହିଧରପୁର ମଣ୍ଡଳ ସଭାପତି ରାଧାକାନ୍ତ, ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ପୂର୍ବତନ ମଣ୍ଡଳ ସଭାପତି ଧୁବେଇ ସାହୁ, ଜିଲ୍ଲା ଓବିସି ମୋର୍ଚ୍ଚା ସମ୍ପାଦକ ହରେକୃଷ୍ଣ ପ୍ରଧାନ, ମହିଳା ନେତ୍ରୀ ସ୍ମିତା ପଟ୍ଟନାୟକ, ବରିଷ୍ଠ ଓକିଲ ପ୍ରଦ୍ୟୁମ୍ନ ନାୟକ, ବରିଷ୍ଠ ନେତା ବସନ୍ତ କୁମାର ଦାସ, ଜିତେନ୍ଦ୍ର କୁମାର ସାହୁ, ଚିତ୍ତରଞ୍ଜନ ସାମନ୍ତ, ସୁବାସ ଜେନା, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।