ଅନ୍ୟାନ୍ୟ

ଓଡ଼ିଶା ଏବିଭିପିର ୪୭ ତମ ରାଜ୍ୟ ଅଧିବେଶନ ଉଦଘାଟିତ

By Swagatika Samantray

December 23, 2022

ଅନୁଗୁଳ: ଓଡ଼ିଶା ଅକ୍ଷିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୭ତମ ରାଜ୍ୟ ଅଧିବେଶନ ଅନୁଗୁଳ ସହରର ଗାନ୍ଧୀ ମାର୍ଗ ସରସ୍ଵତି ଶିଶୁ ବିଦ୍ୟାମନ୍ଦିର ଠାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପରମହଂସ ପ୍ରଜ୍ଞାନାନନ୍ଦଜି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମେ କର୍ତ୍ତବ୍ୟ ଏବଂ ତାପରେ ଆମେ ନିଜର ଅଧିକାର କଥା ଚିନ୍ତା କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରୀପାଠୀ, ମୁଖ୍ୟ ବକ୍ତା ଭାବେ ଅକ୍ଷିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ଯାଜ୍ଞୱାଲକ୍ୟ ଶୁକ୍ଳା ଯୋଗଦେଇଥିଲେ। ଅବେଶନରେ ବିଦ୍ୟାର୍ଥୀ ପରିଷଦର ୩୦ ଜିଲ୍ଲାର ୧୭୭ ମହାବିଦ୍ୟାଳୟରୁ ୨୫୭ ଜଣ ଛାତ୍ରୀ, ୪୩୬ ଜଣ ଛାତ୍ର ଓ ୨୧ ଜଣ ଅଧ୍ୟାପକ ଉପସ୍ଥିତ ଥିଲେ।