ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏଥିରେ ଜିଲ୍ଲରୁ ବଛା ବଛା ୪୮ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଗଣିତ,ପଦାର୍ଥ ବିଜ୍ଞାନ ଓ ପରିବେଶ ବିଜ୍ଞାନ ଉପରେ ଅଧିକାଂଶ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ଏହି ପ୍ରକଳ୍ପ ମଧ୍ୟରୁ ଦୁଇଟି ପ୍ରକଳ୍ପ ଦର୍ଶକଙ୍କ
ବେଶ୍ ପସନ୍ଦ ଆସିଥିଲା।ଆଠମଲ୍ଲିକ କୁଟେଶ୍ୱର୍ ହାଇସ୍କୁଲ ର ଛାତ୍ର ସୌମ୍ୟସୁଭାଶିସ ଅଲଟ୍ରାସୋନିକ୍ ସେନ୍ସର୍ ବ୍ୟବହାର କରି ତିଆରି ହୋଇଥିବା କ୍ୟାପ ଦୃଷ୍ଟିବାଧିତ ଲୋକ କାମରେ ଆସିବବୋଲି କହିଥିଲେ। ସେହିଭଳି ତାଳଚେର ହାଣ୍ଡିଧୁଆ ହାଇସ୍କୁଲ ର ଛାତ୍ର ଅଭିଜିତ ସାହୁଙ୍କ ପ୍ରକଳ୍ପ ଚେନ ଲେସ ସାଇକଲ ଅନେକଙ୍କ ପସନ୍ଦ ଆସିଥିଲା। ଚେନ ଢିଲା ହୋଇ କ୍ରାଙ୍କରୁ ଖସିଯିବା ବିପଦ ଆଉ ରହିବନି ବୋଲି କୁନି ବୈଜ୍ଞାନିକ ପ୍ରକାଶ କରିଥିଲେ ।