ଘଟଣା ଓ ଦୁର୍ଘଟଣା

ଟାଇଲ୍ ଦେବା ନାଁରେ ୪୯ହଜାର ଲୁଟ୍

By Angul TV Bureau

July 18, 2021

ଅନୁଗୁଳ: ସାଇବର ଠକେଇ ନେଇ ଅନୁଗୁଳ ଟାଉନ ଥାନାରେ ଅଭିଯୋଗ ହୋଇଛି । ସହରର ବିକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଳ୍ପ ଦରରେ ଟାଇଲ କିଣିବାକୁ ଯାଇ ୪୯ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ପୁଲିସ ସୂଚନା ଅନୁସାରେ, ଶ୍ରୀ ଅଗ୍ରୱାଲ ଅନଲାଇନରେ ସ୍ବଳ୍ପ ମୂଲ୍ୟରେ  ବିକ୍ରି ହେଉଥିବା ଜାଣି ଟାଇଲ କିଣିବା ପାଇଁ ଅର୍ଡର ଦେଇଥିଲେ। ପରେ ସାଇବର ଠକ ଟଙ୍କା ଦାଖଲ କରିବାକୁ ଏକ ଲିଙ୍କ ପଠାଇଥିଲା । ଏହି ଲିଙ୍କକୁ ବ୍ୟବହାର କରି ବିକାଶଙ୍କ ଆକାଉଣ୍ଟରୁ ୪୯ ହଜାର ଟଙ୍କା ଠକି ନେଇଥିଲେ ଠକ। ଏଥିନେଇ ଅଭିଯୋଗ ହେବା ପରେ ପୁଲିସ ଏହି ଟଙ୍କାକୁ ହୋଲଡ କରି ଦେଇଛି । ଅଭିଯୋଗକାରୀ ଖୁବଶୀଘ୍ର ଟଙ୍କା ଫେରିପାଇବେ ବୋଲି ପୁଲିସ କହିଛି ।