ଅନ୍ୟାନ୍ୟ

୨୦ରୁ ଆରମ୍ଭ ହେଉଛି ଚତୁର୍ଥ ସ୍ବଦେଶୀ ମେଳା, ପଡ଼ିବ ୧୦୦ଟି ଷ୍ଟଲ

By Angul TV Bureau

February 17, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ହେବ ସ୍ବଦେଶୀ ମେଳା। ଏ ନେଇ ଆଜି ଅନୁଗୁଳ ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକକୁ ମନୋଜ କୁମାର ନାଏକ ପରିଚାଳନା କରିଥିଲେ। ଏହି ସ୍ବଦେଶୀ ମେଳା ଭାରତୀୟ ବିପଳନ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ଆସନ୍ତା ୨୦ ରୁ ଆରମ୍ଭ ହୋଇ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଆମ ଦେଶରେ ନିର୍ମିତ ବିଭିନ୍ନ ଜିନିଷକୁ ନେଇ ମୋଟ ୧୦୦ ଟି ଷ୍ଟଲ ହେବ। ସ୍ବଦେଶୀ ମେଳାରେ ଭାରତୀୟ ସାମଗ୍ରୀର ପ୍ରଚାର ପ୍ରସାର ହେବା ସହିତ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ମିଳିବ। ଏହି ମେଳାରେ ଘର କରଣା ଜିନିଷ, ଖାଦ୍ୟ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ ବିକ୍ରି ହେବା ଫଳରେ କ୍ରେତା ମାନେ ନିଜ ମନ ପସନ୍ଦ ଜିନିଷ କିଣି ପାରିବେ। ବୈଠକରେ ଭାରତୀୟ ବିପଳନ ବିକାଶ କେନ୍ଦ୍ରର ସଂଯୋଜକ ବିଭୁ ପ୍ରସାଦ ପ୍ରଧାନ ଓ ଭାରତୀୟ ବିପଳନ ବିକାଶ କେନ୍ଦ୍ର ର ସହ ସଂଯୋଜକ ପର୍ଶୁରାମ ଦାସ ଉପସ୍ଥିତ ଥିଲେ।