ମୁଖ୍ୟ ଖବର

ନିଶା କାରବାରର ହବ୍ ପାଲଟିଛି ଅନୁଗୁଳ! ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ, ୫ ଗିରଫ

By Angul TV Bureau

August 22, 2022

ଅନୁଗୁଳ: ସ୍ଥାନୀୟ କଣିହାଁ ବ୍ଲକ ସମଲ ପୋଲିସ ସୋମବାର ବିପୁଳ ମାତ୍ରାରେ କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିଛି। କଫ୍ ସିରପ୍ ଜବତ ଘଟଣାରେ ପୋଲିସ ୨ ଜଣଙ୍କୁ ଓ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣଙ୍କୁ ଗିରଫ କରିଛି।

ସମଲ ଗାଁର ଡାକ୍ତର ନାଏକ(୪୦) ଓ ବିଲିଣ୍ଡା ଗାଁର କାଳୁ ଓରଫ୍ ଧର୍ମୁ ବେହେରା(୩୨)ଙ୍କ ଠାରୁ ୮୯ ବୋତଲ କଫ ସିରଫ୍ ଜବତ କରାଯାଇଛି। ତେବେ ପୂର୍ବରୁ ଡାକ୍ତର ଏହି ମାମଲାରେ ଜେଲ୍ ଯାଇଥିଲା। ସେହିପରି ୫.୨୪୦ମିଲି ଗ୍ରାମ ବ୍ରାଉନ୍ ସୁଗାର ଜବତ ଘଟଣାରେ ପରାବିଲର ଦେବାନନ୍ଦ ଦେହୁରୀ(୩୨), ସିପୁରର ଗିରିଶ ଚନ୍ଦ୍ର ସାମଲ(୩୫) ଓ ସମଲର ରଂଜନ କୁମାର ବେହେରା(୨୬)ଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପ୍ୟାଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ଧରିଛି। ଗିରଫ ୫ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯାଇଛି।