ଘଟଣା ଓ ଦୁର୍ଘଟଣା

ଡକାୟତି ଉଦ୍ୟମ ପଣ୍ଡ , ମାରଣାସ୍ତ୍ର ସହ ୫ ଗିରଫ

By Angul TV Bureau

October 14, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାରୁ ପ୍ରକାଶ, ବିହାରୀପୁର ଗ୍ରାମର ଦୀପୁ ନାଏକ (୨୬), ଚାଉଳିକୁଟା ଗ୍ରାମର ହାପି ନାଏକ (୨୧), ରେମୁଆଁ ମୁଣ୍ଡା ସାହିର ସରୋଜ ସିଂହ, ଚାଉଳିକୁଟା ଗ୍ରାମର କପିଳ ନାଏକ (୨୫) ଓ ଧରମପୁର ଗ୍ରାମର କମଳାକାନ୍ତ ମହାପାତ୍ର (୨୭) ପିସ୍ତଲ, ଖଣ୍ଡା, ଭୁଜାଲି ଇତ୍ୟାଦି ଧରି ଏକ ବଡ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତ କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସେମାନଙ୍କୁ ଠାବ କରିଥିଲେ। ତାଳଚେର ପୁଲିସ୍‌ ସେମାନଙ୍କୁ ଧରିବା ସହିତ ଡକାୟତି ପଣ୍ଡ କରିବାରେ ସକ୍ଷମ ହୋଇଥିଲେ। ପୂର୍ବରୁ ଏହି ଅଭିଯୁକ୍ତମାନେ ବିଭିନ୍ନ ରାହାଜାନି, ପକେଟମାର, ଘର ଲୁଟପାଟ୍ ଘଟଣାରେ ଲିପ୍ତ ଥିଲେ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ।