ଘଟଣା ଓ ଦୁର୍ଘଟଣା

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

By Angul TV Bureau

October 12, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବଇଣ୍ଡା-ଆଠମଲ୍ଲିକ ରାସ୍ତାର ଓଭରବ୍ରିଜ୍‌ ନିକଟରେ ରବିବାର ରାତିରେ ଡକାୟତି ଯୋଜନା କରୁଥିବା ବେଳେ ବଇଣ୍ଡା ଫାଣ୍ଡି ପୁଲିସ ଚଢଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାର ମଟର ସାଇକେଲ ସହ ଠେଙ୍ଗା, ଭୁଜାଲି, ଛୁରୀ, ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମର ରୋହିତ ବେହେରା, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳର ସଂଦୀପ୍ତ ସେଠୀ, ବଡହୁଲା ଗ୍ରାମର ଆନାମ ସାହୁ ସମେତ ଦୁଇ ଜଣ ନାବାଳକ ବୋଲି ପୁଲିସ ସୂଚନା ଦେଇଛି। ଏହି ରାସ୍ତା ଦେଇ ରାତିରେ ଯାତାୟାତ କରୁଥିବା ଲୋକଙ୍କୁ ଲୁଟପାଟ କରିବାକୁ ଯୋଜନା ଚଳାଇଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା ବୋଲି ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।