ଘଟଣା ଓ ଦୁର୍ଘଟଣା

୫ ବଖରା ଭସ୍ମୀଭୂତ

By Swagatika Samantray

January 22, 2021

ତାଳଚେର: ଶୁକ୍ରବାର ସକାଳେ ତାଳଚେର ପୌରାଞ୍ଚଳର କିଶୋରଗଞ୍ଜ ପାଟଣା ସାହିର ବୁଲୁ ସିଂହଙ୍କ ଘରେ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଅଗ୍ନିକାଣ୍ଡରେ ୫ବଖରା ଘର ସହିତ ତାଙ୍କ ଘରର ସମସ୍ତ ଆସବାବପତ୍ର, ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଜିନିଷ ପତ୍ର, ଗହଣା ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇ ଯାଇଛି।

ଖଟ ପଲଙ୍କ,ସୁନା,ରୂପା ଠାରୁ ନେଇକି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁ ଆୟତ କରିଥିଲେ।ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ।