ଅନ୍ୟାନ୍ୟ

୫ ଦିନ ହେଲା ବାପା ନିଖୋଜ, ଥାନାର ଦ୍ଵାରସ୍ଥ ପୁଅ

By Angul TV Bureau

March 28, 2021

ଅନୁଗୁଳ: କଣିହାଁ ବ୍ଳକ୍ ହନୁମାନପୁର ପଂଚାୟତ ଅଧିନସ୍ଥ ବଉଦବେଡ଼ା ଗ୍ରାମର ଘାସିରାମ ସାହୁ(୬୬)ଗତ ୫ଦିନ ହେଲାଣି ଘରୁକେଉଁଆଡ଼େ ପଳାଇ ଯାଇଛନ୍ତି। ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବାରୁ ତାଙ୍କ ପୁଅ ସୁଶାନ୍ତ ସାହୁ ଏ ନେଇ ଶନିବାର କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘାସିରାମଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ପରିବାର ଲୋକ ତାଙ୍କୁ କବାଟ ବନ୍ଦ କରି ରଖୁଆସୁଥିଲେ । ଗତ ୨୪ ତାରିଖରେ କବାଟ ଭାଙ୍ଗି ସେ ଘରୁ ପଳାଇ ଯାଇଥିଲେ ବୋଲି କୁହାଯାଇଛି।