ଘଟଣା ଓ ଦୁର୍ଘଟଣା

୫ ଫୁଟର ନାଗ ସାପ ଉଦ୍ଧାର: ଲକ୍ଷ୍ମୀ ବଜାରରେ ହଟଚମଟ

By Angul TV Bureau

September 29, 2025

ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀ ବଜାର ସ୍ଥିତ ଅପସରା ଲେଡିଜ କର୍ଣ୍ଣରରୁ ରବିବାର ସକାଳେ ଏକ ୫ ଫୁଟ ଲମ୍ବା ନାଗ ସାପ ଉଦ୍ଧାର ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଶହଶହ ଲୋକ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ।

ସୂଚନା ଅନୁଯାୟୀ, ଦୋକାନୀ ଅରୁଣ କୁମାର ଗାଆଣ ସକାଳ ୭ଟା ସମୟରେ ଦୋକାନର ଶଟର ଖୋଲିବା ବେଳେ ଭିତରେ ଏକ ନାଗ ସାପ ଶୋଇଥିବା ଦେଖିବାକୁ ପାଇଥିଲେ। ସାପକୁ ଦେଖି ଭୟଭୀତ ହୋଇ ଅରୁଣ ପାଟି କରିବାରୁ ସାପଟି ଦୋକାନ ଭିତରକୁ ପଳାଇ ଯାଇଥିଲା। ତୁରନ୍ତ ସେ ସର୍ପ ଉଦ୍ଧାରକାରୀ ସଞ୍ଜୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ। ସଞ୍ଜୟ ଘଟଣାସ୍ଥଳରେ ପହଞ୍ଚି ଅତ୍ୟନ୍ତ ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ। ପରେ ସେ ସାପଟିକୁ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ଏହି ଘଟଣା ସକାଳୁ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ସାପଟିକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଦୋକାନ ନିକଟରେ ଜମା ହୋଇଥିଲେ। ସଞ୍ଜୟଙ୍କ ତୁରନ୍ତ ଓ ସତର୍କ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।