ମୁଖ୍ୟ ଖବର

ଆସନ୍ତା ୨୯ ତାରିଖରେ ୫ ଘଣ୍ଟା ବିଦ୍ୟୁତ୍ କାଟ୍, ସକାଳ ୮ଟାରୁ ଦିନ ୧ଟା ଯାଏଁ ବନ୍ଦ ରହିବ ସରବରାହ

By Angul TV Bureau

November 28, 2026

ଅନୁଗୋଳ: ବିଦ୍ୟୁତ୍ ଲାଇନର ଜରୁରୀ କାଳୀନ ରକ୍ଷଣାବେକ୍ଷଣ ପାଇଁ ଆସନ୍ତା ନଭେମ୍ବର ୨୯ ତାରିଖ ରବିବାର ଦିନ ୫ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏନେଇ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (TPCODL) ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନା ଅନୁଯାୟୀ, ୧୧ କେଭି ପିଟିସି ଓ ଥାନା ଫିଡର ଲାଇନର ଜରୁରୀ କାଳୀନ ମରାମତି ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଏଥିପାଇଁ ୨୯ ନଭେମ୍ବର ଦିନ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ, ଅର୍ଥାତ୍ ମୋଟ ୫ ଘଣ୍ଟା ଧରି ସମ୍ପୃକ୍ତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।

ଏହି ସମୟରେ ଉପଭୋକ୍ତାମାନେ ଆବଶ୍ୟକୀୟ କାର୍ଯ୍ୟ ପୂର୍ବରୁ ସାରିବା ସହ ବିଦ୍ୟୁତ୍ ବିଭାଗକୁ ସହଯୋଗ କରିବାକୁ TPCODL ପକ୍ଷରୁ ଅନୁରୋଧ କରାଯାଇଛି।