ମୁଖ୍ୟ ଖବର

ଓସ୍କାର ଦୌଡ଼ରେ ୫ ଭାରତୀୟ ଫିଲ୍ମ, କଶ୍ମୀର ଫାଇଲ୍ସ,ସହ ଏସବୁ ଫିଲ୍ମ ରହିଛି ତାଲିକାରେ

By Angul TV Bureau

January 10, 2023

ଓସ୍କାର ଦୌଡ଼ରେ ୫ ଭାରତୀୟ ଫିଲ୍ମ। ଚଳିତବର୍ଷ ଓସ୍କାର ନୋମିନେସନରେ କଶ୍ମୀର ଫାଇଲ୍ସ,, କାନ୍ତାରା, ଆରଆରଆର, ଗଙ୍ଗୁବାଇ କାଠିଆଓ୍ଵାଡି, ଚେଲୋ ସୋ ରହିଛନ୍ତି। ଓସ୍କାର ନୋମିନେସ ପାଇଁ ଦ ଏକାଡେମୀ ଅଫ ମୋସନ ପିକ୍‌ଚର ଆଟ୍‌ର୍ସ ଆଣ୍ଡ ସାଇନ୍‌ସେସ ୩୦୧ଟି ଫିଲ୍ମର ଚୟନ କରିଛି । ଏସଏସ ରାଜାମୌଲିଙ୍କ RRR, ସଞ୍ଜୟ ଲୀଳା ବଶାଂଲିଙ୍କ ଗଙ୍ଗୁବାଇ କାଠିଆଓ୍ଵାଡି, ବିବେକ ଅଗ୍ନିହୋତ୍ରୀଙ୍କ ଦି କାଶ୍ମୀର ଫାଇଲସ୍‌, ରିଶଭ ସେଟ୍ଟୀଙ୍କ କାନ୍ତାରା, ପାନ ନଲିନଙ୍କ ଚେଲୋ ସୋ ସହ ମି ବସନ୍ତରାଓ, ତୁଝ୍ୟା ଶକ୍ତି କହି ହୈ, ରକେକ୍ଟ୍ରି: ଦ ନାମ୍ବି ଇଫେକ୍ଟ, ଇରଭିନ୍‌ ନିଝାଲ, ବିକ୍ରାନ୍ତ ରୋନା ଭଳି ସିନେମା ନୋମିନେସନ ପାଇଁ ସର୍ଟଲିଷ୍ଟ ହୋଇଛି। ଓସ୍କାର ସଦସ୍ୟଙ୍କ ଭୋଟିଂ ପରେ ଜାନୁଆରୀ ୨୪ରେ ଚୂଡ଼ାନ୍ତ ନୋମିନେସନ ତାଲିକା ଘୋଷଣା ହେବ। ମାର୍ଚ୍ଚ ୧୨ ତାରିଖରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାଯାଇଛି।

ଦ କାଶ୍ମୀର ଫାଇଲ୍ସ ଓସ୍କାର ପାଇଁ ନୋମିନେଟ୍ ହେବା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେବଳ ଏତିକି ନୁହେଁ, ଦ କାଶ୍ମୀର ଫାଇଲ୍ସରେ ଅଭିନୟ କରିଥିବା ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର, ପଲ୍ଲବୀ ଯୋଶୀ ଓ ଅନୁପମ ଖେରଙ୍କୁ ଶ୍ରେଷ୍ଠ ଅଭିନେତା ବର୍ଗରେ ସର୍ଟଲିଷ୍ଟ କରାଯାଇଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ କହିଛନ୍ତି, ଏହା ତ ଆରମ୍ଭ ମାତ୍ର । ଏବେ ତ ଆହୁରି ଆଗକୁ ଯିବାର ଅଛି ।