ମୁଖ୍ୟ ଖବର

ଡକାୟତି ଯୋଜନା ପଣ୍ଡ: ଲୁଟେରା ଗ୍ୟାଙ୍ଗର ୫ ଜଣ ଗିରଫ, ହାତ ତିଆରି ବୋମା ସହ ମାରଣାସ୍ତ୍ର ଜବତ

By Angul TV Bureau

May 14, 2024

 

ଅନୁଗୁଳ: ଅନୁଗୁଳ ସାପ୍ତାହିକ ହାଟରେ ସଂଗଠିତ ହୋଇ ଡକାୟତି ଯୋଜନା କରୁଥିବା ବେଳେ ଏକ ଲୁଟେରା ଗ୍ୟାଙ୍ଗ୍‌ଙ୍କୁ କାବୁ କରିଛି ଟାଉନ୍ ଥାନା ପୋଲିସ। ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପିଙ୍କୁ ବେହେରା(୨୯), ବବୁଲ ବେହେରା(୨୭), ଅଭୟ କୁମାର ସାହୁ(୨୯), ବଗା ସାହୁ (୨୫), ବଳରାମ ବେହେରା (୨୪)।

ପୋଲିସ ସେମାନଙ୍କଠାରୁ ୫ଟି ହାତ ତିଆରି ବୋମା, ଗୋଟିଏ ଲଙ୍କାଗୁଣ୍ଡ ପ୍ୟାକେଟ୍, ଗୋଟିଏ ଭୁଜାଲି, ୨ଟି କଟୁରୀ, ୩ଟି ଲୁହାଛଡ଼, ଗୋଟିଏ ବୋଲେରୋ ସହିତ ୬ଟି ମୋବାଇଲ୍ ଫୋନ୍ ଓ ୧ ଲକ୍ଷ ୫୧ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଗିରଫ ପରେ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।