ଘଟଣା ଓ ଦୁର୍ଘଟଣା

ପ୍ରସ୍ତାବିତ ବାଗଡ଼ିଆ ଥାନା ସ୍ଥାନାନ୍ତରଣକୁ ୫ ପଞ୍ଚାୟତର ପ୍ରତିବାଦ, ପ୍ରଶାସନ ନ ଶୁଣିଲେ ଆନ୍ଦୋଳନ ପାଇଁ ଚେତାବନୀ

By Sanjeeb Biswal

October 09, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ବିଟ ହାଉସକୁ ଏକ ନୂତନ ଥାନାରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ କରିବା ସହ ଶୀଘ୍ର ଥାନା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବିତ ଥାନାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାରୁ ଏହାକୁ ପ୍ରତିବାଦ କରି ଆଜି ବାଗଡିଆ ପୁରୁଣା ହାଟପଦା ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ୫ଟି ପଞ୍ଚାୟତର ସରପଞ୍ଚ, ଗ୍ରାମ ସଭାପତି ଓ ସମ୍ପାଦକମାନେ ଯୋଗ ଦେଇ ଥାନାକୁ ବାଗଡିଆରେ କରିବାକୁ ଦାବି କରିଥିଲେ। ଏଥିପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। କମିଟି ସଭାପତି ଭାବେ ସରୋଜ କୁମାର ସାହୁ, ସମ୍ପାଦକ ବିରଞ୍ଚି ଗଡନାୟକ, ଉପ ସଭାପତି ଉମାକାନ୍ତ ପ୍ରଧାନ, ସହ ସମ୍ପାଦକ କରୁଣାକର ବିଶ୍ବାଳ, ଉପଦେଷ୍ଟା ଭାବେ ବାଗଡିଆ, ବରସାହି, ଶିମିଳିପାଳ, ବସନ୍ତପୁର, ଟାଙ୍ଗିର ଓ ପାଟକମୁଣ୍ଡାର ସରପଞ୍ଚ ଏବଂ ୩୦ରୁ ଊର୍ଦ୍ଧ୍ବ ଗ୍ରାମ ସଭାପତି ଓ ସମ୍ପାଦକଙ୍କୁ ମନୋନୀତ କରାଯାଇଛି।

ଏ ଅବସରରେ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛେଣ୍ଡିପଦା ଥାନା, ତହସିଲଦାରଙ୍କୁ ଏକ ଦାବିପତ୍ର ଦେବା ପାଇଁ ନିଷ୍ପତ୍ତି ହେବା ସହ ୧୭ ତାରିଖ ମଧ୍ୟରେ ବାଗଡିଆରେ ଥାନା ହେବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶ୍ରୁତି ନ ମିଳିଲେ ୬ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।