ମୁଖ୍ୟ ଖବର

ଦୁଃଖ ଦେଇଗଲା ଅଦିନିଆ ବର୍ଷା: ଅନୁଗୁଳ ଜିଲ୍ଲାରେ ୫ ପ୍ରତିଶତ ଫସଲ ନଷ୍ଟ, ୩୦ ତାରିଖ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

By Angul TV Bureau

December 27, 2024

ଅନୁଗୁଳ : ଅଦିନିଆ ବର୍ଷା ପାଇଁ ଅନୁଗୁଳ ଜିଲ୍ଲାରେ ଧାନ ଫସଲ ପ୍ରଭାବିତ ପ୍ରଭାବିତ ହୋଇଛି। ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଅନୁଗୁଳରେ ଲଗାଣ ବର୍ଷାରେ କମ୍ ମାତ୍ରାରେ ଧାନ ଫସଲ ନଷ୍ଟ ହୋଇଛି। ଜିଲ୍ଲାରେ ପାଖାପାଖି ୮୦ ହଜାର ହେକ୍ଟର ଜମିରେ ଚାଷ ହୋଇଥାଏ। ମାତ୍ର ଡିସେମ୍ବର ୧୯ ତାରିଖରେ ହୋଇଥିବା ବର୍ଷାରେ ଜିଲ୍ଲା ଫସଲ ନଷ୍ଟ ହୋଇନାହିଁ। କିନ୍ତୁ ଡିସେମ୍ବର ୨୪ ଓ ୨୫ ତାରିଖରେ ହୋଇଥିବା ବର୍ଷାରେ ପାଖାପାଖି ୫ ପ୍ରତିଶତ ଫସଲ ନଷ୍ଟ ହୋଇଥାଇପାରେ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ତେବେ ତଦନ୍ତ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ବର୍ଷା ପରେ କ୍ଷୟକ୍ଷତି ଆକଳନ କରି ୩୦ ତାରିଖ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅଛି। ବିଭିନ୍ନ ବ୍ଲକର ଅଧିକାରୀ, ତହସିଲଦାର, ଆରଆଇ, ଭିଡବ୍ଲୁ ମାନଙ୍କୁ ନେଇ କମିଟି କରାଯାଇଛି। ଏହି କମିଟି ବିଭିନ୍ନ ସ୍ଥାନକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କରିବରିପୋର୍ଟ ଦେବେ। ଏହି ରିପୋର୍ଟ ଆଧାରରେ କ୍ଷତି ପୂରଣ ଧାର୍ଯ୍ୟ ହେବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି।