ଘଟଣା ଓ ଦୁର୍ଘଟଣା

ଟାଟା ଏସିରୁ ୫ କ୍ୱିଣ୍ଟାଲ ଲୁହା ପାଇପ୍ ଜବତ, ଚାଳକ ଗିରଫ

By Sanjeeb Biswal

November 23, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବୁଧବାର ଏକ ଟାଟା ଏସି ଗାଡିରୁ ଚୋରି ପାଇପ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି।

ସୂଚନା ଯେ, ନିଶା ଶିଳ୍ପାଞ୍ଚଳ ପୋଲିସ ଦିନରେ ପାଟ୍ରୋଲିଂ କରୁଥିବା ସମୟରେ ପରଙ୍ଗ ଠାରେ ସନ୍ଦେହରେ ଏକ ଟାଟା ଏସି (ଓଡି -୦୫- ଏନ୍ -୯୫୨୩) ଯାଞ୍ଚ କରିଥିଲା। ସେଥିରୁ ୫ କ୍ଵିଣ୍ଟାଲ ୬ଟି ଲୁହା ପାଇପ ମିଳିଥିଲା। ଡ୍ରାଇଭରଙ୍କୁ ପାଇପର ବିଲ୍ ମାଗିବାରୁ ସେ ଏହି ପାଇପ ଡେରେଙ୍ଗ ଆଶପଣ୍ଡ ଅଞ୍ଚଳରୁ ଚୋରି କରି ଅନୁଗୁଳରେ ବିକ୍ରି କରିବା ପାଇଁ ନେଉଥିବା ମାନିଥିଲା।ପୋଲିସ ଟାଟା ଏସି, ପାଇପ ଜବତ କରିବା ସହ ଡ୍ରାଇଭର ଡେରେଙ୍ଗର ସରୋଜ କୁମାର ସାହୁ (ହନୁମାନ)ଙ୍କୁ ଗିରଫ କରିଛି। ଏ ନେଇ ନିଶା ଶିଳ୍ପାଞ୍ଚଳ ପୋଲିସ ଏକ ମାମଲା ରୁଜୁ କରି ହନୁମାନଙ୍କୁ କୋର୍ଟଚାଲାଣ କରିଛି।