ଘଟଣା ଓ ଦୁର୍ଘଟଣା

ଢାବାରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମଦ ନ ଦେବାରୁ ଲୁହା ରଡରେ ପିଟିଲେ, ମାଲିକ ସମେତ ୫ ଗୁରୁତର

By Angul TV Bureau

December 30, 2024

ଅନୁଗୁଳ: ଢାବାରେ ପହଞ୍ଚିଲେ ଆଉ ପୁଣି ମଦ ମାଗିଲେ। ମାଲିକ ମନା କରିବାରୁ ଲୁହା ରଡ଼ରେ କଲେ ଆକ୍ରମଣ। ମଦୁଆଙ୍କ ଆକ୍ରମଣରେ ୫ ଜଣ ଆହତ ହୋଇଥିବା ନେଇ ଅନୁଗୁଳ ସଦର ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପ୍ରଗତିନଗର ନିକଟରେ ଥିବା ଏକ ଢାବାରେ ରବିବାର ରାତିରେ କର୍ଣ୍ଣପୁର ଗ୍ରାମର ୫ ଜଣ ଯୁବକ ମଦ ପିଇ ପହଞ୍ଚିଥିଲେ। ସେମାନେ ପ୍ରଥମେ ଖାଇବାକୁ ମାଗିଥିଲେ। ତା’ ପରେ ଦୋକାନୀଙ୍କୁ ମଦ ମାଗିଥିଲେ। କିନ୍ତୁ ମାଲିକ ମଦ ନାହିଁ ବୋଲି ମନା କରିବାରୁ ତାଙ୍କ ରାଗ ପଞ୍ଚମକୁ ଚଢ଼ିଯାଇଥିଲା। ସେମାନେ ଲୁହା ରଡ୍ ଧରି ମାଲିକଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୋକାନର ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାଯାଇଛି।