ମୁଖ୍ୟ ଖବର

ପୃଥକ ସଡ଼କ ଦୁର୍ଘଟଣା: ୫ ଜଣ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

December 28, 2024

ଅନୁଗୁଳ: ସ୍ଥାନୀୟ ମୂଷାପାପୁଲି ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଜରପଡ଼ା ଥାନା କଞ୍ଜରା ଗ୍ରାମର ବିକାଶ ବେହେରା (୨୨) ଓ ବାପୁନ ବେହେରା (୧୯)।

ସୂଚନାଯୋଗ୍ୟ ଯେ, ବିକାଶ ଏବଂ ବାପୁନ ବାଇକ୍ ଯୋଗେ ଅନୁଗୁଳ ଆସୁଥିବା ବେଳେ ମୂଷାପାପୁଲି ନିକଟରେ ଦୁର୍ଘଟଣା ଘଟିଥିଲା। ଫଳରେ ଦୁଇ ଜଣ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଯାଇଥିଲେ। ଖବର ପାଇ ସଦର ଥାନା ପୋଲିସ ଗାଡ଼ିରେ ଦୁଇ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ସେହିପରି ଛେଣ୍ଡିପଦା ସି ପୁର୍ ବ୍ରିଜ ନିକଟରେ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ତିନି ଜଣ ଆହତ ହୋଇଛନ୍ତି। କୁଣ୍ଢେଇଗୋଳା ଗ୍ରାମର ରାହୁଲ ଭୋଇ, ସୂର୍ଯ୍ୟ ଭୋଇ, ରାହୁଲ ଭୋଇ ବାଇକ୍ ଯୋଗେ ଛେଣ୍ଡିପଦା ଆସି ଘରକୁ ଫେରୁଥିବା ବେଳେ ସିପୁର ବ୍ରିଜ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ଘଟିଥିଲା। ତିନି ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।