ଘଟଣା ଓ ଦୁର୍ଘଟଣା

ଚାନ୍ଦା ଆଦାୟ ଅଭିଯୋଗରେ ୫ ଯୁବକ ଗିରଫ

By Swagatika Samantray

November 01, 2022

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସଂହା ଗାଁରେ ଚାନ୍ଦା ଆଦାୟ ଅଭିଯୋଗରେ ପୋଲିସ ମଙ୍ଗଳବାର ୫ ଜଣ ଯୁବକଙ୍କୁ ଗିରଫ କରିଛି।

ସୂଚନା ଯେ, ସୋମବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥ ୬୩ର ଜରାସିଂହା ତାରିଣୀ ମନ୍ଦିର ସାମ୍ନାରେ ୫ ଜଣ ଯୁବକ ମାରଣାସ୍ତ ଧରି ଜେଏସପିଏଲକୁ ଯାଉଥିବା ଟ୍ରକ୍ ଓ ଅନ୍ୟାନ୍ୟ ମୋଟର ଯାନକୁ ଅଟକାଇ ଯୋର ଜବର କାର୍ତ୍ତିକେଶ୍ବର ପୂଜା ଚାନ୍ଦା ଆଦାୟ କରୁଥିଲେ। ଏ ନେଇ ପୋଲିସ ସୂଚନା ପାଇବାପରେ ଘଟଣାସ୍ଥଳରେ ପହଞ୍ଚି ଜରାସିଂହା ଗାଁର ବିଘ୍ନେଶ ବେହେରା(୧୯), ତରୁଣ ନାଏକ(୩୪), ରାକେଶ ନାଏକ(୧୯), ଦୀପକ ବେହେରା(୨୪) ଓ ଅନିଲ ନାଏକ(୨୫)ଙ୍କୁ କାବୁକରିଛି। ସେମାନଙ୍କଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଭୂଜାଲୀ, ୧୬ ଶହ ଟଙ୍କା, କାର୍ତ୍ତିକେଶ୍ବର ପୂଜା ଚାନ୍ଦା ରସିଦ ବହି ଜବତ କରିଛି। ଏ ନେଇ ଏକ ମାମଲା ରୁଜୁକରି ୫ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।