ମୁଖ୍ୟ ଖବର

ଅନ୍ଧାରରେ କୁଲାସିଂହା ଗାଁର ୫୦ ପରିବାର

By Biswaranjan Pattnaik

April 22, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂରୁଣାକୋଟ ଥାନା ମାଣିକଯୋଡ଼ି ପଞ୍ଚାୟତ କୁଲାସିଂହା ଗାଁର ୫୦ ପରିବାର ଗତ ୪ ଦିନ ହେବ ଅନ୍ଧାରରେ ରହିଛନ୍ତି। ଗତ ୨୦ ତାରିଖ ସକାଳେ ଏକ ଜେଶିବି ଗାଁର ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଏଥିରେ ଖୁଣ୍ଟଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏଥିନେଇ ବିଦ୍ୟୁତ୍ ବିଭାଗକୁ ଗ୍ରାମବାସୀ ମାନେ ଅବଗତ କରିଥିଲେ ମଧ୍ୟ ଆଜି ସୁଦ୍ଧା ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଫଳରେ ଗାଁର ପ୍ରାୟ ୫୦ ପରିବାର ଅନ୍ଧାରରେ ରହିଛନ୍ତି। ପ୍ରବଳ ଖରାରେ ଗାଁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି।

ସେହିଭଳି ଗାଁର ୧୦ ରୁ ଉର୍ଦ୍ଧ୍ବ ଏଲଆଇ ପଏଣ୍ଟରୁ ପାଣି ଉଠିପାରୁ ନ ଥିବାରୁ ଚାଷ ବାସ କାମ ବ୍ୟାହତ ହୋଇଛି।ଜିଲ୍ଲା ପ୍ରଶାସନ ଏବଂ ଟାଟା ପାୱାର ପକ୍ଷରୁ ତୁରନ୍ତ ଏହାର ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।