ଘଟଣା ଓ ଦୁର୍ଘଟଣା

ବଣିନାଳୀ ଗାଁରୁ ୫୧ କିଲୋ ଗଞ୍ଜେଇ ଜବତ, ୨ ଗିରଫ

By Angul TV Bureau

November 04, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଣିନାଳୀ ଗ୍ରାମରୁ ୫୧ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଗ୍ରାମର ଏକ ଘର ପଛପଟେ ରଖାଯାଇଥିବା ଦୁଇଟି ବ୍ୟାଗରୁ ଏହି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ବଣିନାଳୀ ଗ୍ରାମର ଅରବିନ୍ଦ ପ୍ରଧାନ ଓ ସଞ୍ଜୟ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି।

ହଣ୍ଡପା ଥାନା ଆଇଆଇସି ରାଜେଶ ଶତପଥୀଙ୍କ ନେତୃତ୍ୱରେ ଏସ୍‌ଆଇ ତରଣୀସେନ ବାହାଲାଙ୍କ ସମେତ ପୋଲିସ ଟିମ୍ ଚଢ଼ାଉ କରିଥିଲେ। ମାଜିଷ୍ଟ୍ରେଟ ରଞ୍ଜନ କୁମାର ସାହୁଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ ଓ ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା।