ମୁଖ୍ୟ ଖବର

୫୩ ଗ୍ରାମ ବ୍ରାଉନସୁଗାର ଜବତ, ୭ ବେପାରୀ ଗିରଫ

By Angul TV Bureau

July 13, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପୋଲିସ୍ ଅତର୍କିତ ଚଢ଼ଉ କରି ୫୩ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ହେଲେ ତାଳଚେର ରେମୁଁଆ ନୂଆସାହିର ଦେବାଶିଷ ବରଳ, ବିରାଦରପଡ଼ା ପ୍ରିନ୍ସପ୍ରୀତମ ମହାପାତ୍ର, କେନ୍ଦୁବଣିଆ ସାହି, ବିକାଶ ଚନ୍ଦ୍ର ଭୂତିଆ, ରେମୁଁଆ ଅଞ୍ଚଳର ଅବଳା ନାଏକ, ବାଘୁଆବୋଲ ଗ୍ରାମର ସିପନ ବାରିକ, ମାରୁଆଡ଼ିପଟ୍ଟିର ରାହୁଲ ଜେନ୍‌, ହାଟତୋଟା ଗୁରୁ କୁମାର ସାହୁ। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମାରୁତିଭ୍ୟାନ, ୬ଟି ମୋବାଇଲ ଫୋନ୍‌, ୧୫ହଜାର ୬ଶହ ଟଙ୍କା ଜବତ ହୋଇଛି।