ମୁଖ୍ୟ ଖବର

ଜେଏସପି ପରିସରରେ ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ: ନିଜ ସହ ସହକର୍ମୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ

By Sanjeeb Biswal

March 13, 2024

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି I ସୁରକ୍ଷା ସପ୍ତାହର ଶେଷ ଦିବସରେ ଫାକ୍ତ୍ରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶକ ମନୋଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜେଏସପି ଅନୁଗୁଳ ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲହାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ଏହି ଅବସରରେ ଶ୍ରୀ ମିଶ୍ର ଜାତୀୟ ନିରାପତ୍ତା ପରିଷଦର ଗଠନ ଏବଂ ଜାତୀୟ ନିରାପତ୍ତା ଦିବସ / ସପ୍ତାହ ପାଳନର ଗୁରୁତ୍ଵ ଏବଂ ଉଦ୍ଦେଶ୍ୟ ବିଷୟରେ କହିବା ସହ ସମସ୍ତ କର୍ମଚାରୀଙ୍କୁ ସକ୍ରିୟ ସୁରକ୍ଷା ବ୍ୟବସ୍ଥା ତଥା ପ୍ରଭାବଶାଳୀ ବିପଦ ପରିଚାଳନା କିପରି କରିହେବ ଏଥି ସମ୍ବନ୍ଧରେ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ଅନୁଗୁଳ ପ୍ରକଳ୍ପ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମାଲହାନ ସୁରକ୍ଷା ଶପଥ ପରିଚାଳନା କରିଥିବା ବେଳେ ଜେଏସପିର ସୁରକ୍ଷା ବିଭାଗ ପକ୍ଷରୁ ସୁରକ୍ଷା ରିପୋର୍ଟ କାର୍ଡ ଏବଂ ଜିରୋ ହାର୍ମ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପସ୍ଥାପନ କରିଥିଲେ।

ଆଇରନ୍ ଏବଂ କଞ୍ଚାମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ସୁରକ୍ଷା ପ୍ରୋଟୋକଲଗୁଡିକର ଗୁରୁତ୍ୱପୂର୍ଣ୍ଣ ଅନୁକରଣ ଉପରେ ଆଲୋକପାତ କରିଥିଲେ। ସେହିପରି ଇସ୍ପାତ ନିର୍ମାଣର ସଭାପତି ଅତୁଲ ଦୁବେ ଏବଂ ଇଭିପି ଶ୍ରୀ ଶଙ୍କର ମଧ୍ୟ ସୁରକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରି ସମସ୍ତଙ୍କୁ ନିଜ ନିଜ ସୁରକ୍ଷା ସହିତ ସହକର୍ମୀଙ୍କ ସୁରକ୍ଷା ପ୍ରତି ସର୍ବଦା ଧ୍ୟାନ ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ।

ଏ ଅବସରରେ ନିରାପତ୍ତା କୁଇଜ, ନିରାପତ୍ତା ସ୍ଲୋଗାନ ଏବଂ ପୋଷ୍ଟର, ନିରାପତ୍ତା ବାର୍ତ୍ତା, ସୁରକ୍ଷା ତଥା ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାର ସଫଳ ପ୍ରତିଭାଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।