ଅନ୍ୟାନ୍ୟ

ହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ: ୨୦୦ରୁ ଅଧିକ କୃତି ଛାତ୍ରଛାତ୍ରୀ ପୁରସ୍କୃତ

By Angul TV Bureau

December 24, 2023

ତାଳଚେର: ତାଳଚେରସ୍ଥିତ ହିଙ୍ଗୁଳା କ୍ଲବର ୫୪ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଆୟୋଜିତ ହୋଇଛି। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ ଶର୍ମା ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମରେ କ୍ଲବର ସଭାପତି ରବିନାରାୟଣ ପାଣି ସଭାପତିତ୍ୱ କରିଥିଲେ।

କ୍ଲବର ସହ ସମ୍ପାଦକ ଅଜିତ ରାୟ ସମ୍ପାଦକୀୟ ବିବରଣୀ ପାଠ କରିଥିବା ସ୍ଥଳେ, କ୍ଲବର ସାଂସ୍କୃତିକ ସମ୍ପାଦକ ମଞ୍ଚପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

୬ ଦିନ ଧରି ଚାଲିଥିବା କୌତୁକ ଖେଳ ଓ ସାଂସ୍କୃତିକ ପ୍ରତିଯୋଗିତାର ୨୦୦ରୁ ଅଧିକ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ। ବେଷ୍ଟ ଡ୍ୟାନ୍ସର ଭାବରେ ପ୍ରପର ସୁନିଲ,ବେଷ୍ଟ ସିଙ୍ଗର ଝାନ୍ସୀ ସାହୁ, ଶ୍ରେଷ୍ଠ ଶ୍ରୀମତୀ ଭାବରେ ରୋଜାଲିନ ଧର, ଫେସନ ଶୋ ଚାମ୍ପିୟନ ଆଭାନୀ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ମୁରଲୀ ମୋହନ ପଟ୍ଟନାୟକ ଓ ଅମରେନ୍ଦ୍ର ବେହେରାଙ୍କୁ ପ୍ରତିଭା ସମ୍ମାନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଗୋବର୍ଦ୍ଧନ ବେହେରା, ଆନ୍ତଃକ୍ରୀଡା ସମ୍ପାଦକ ନିଶାକର କୁଅଁର, ବାହ୍ୟକ୍ରୀଡା ସମ୍ପାଦକ ଦୀପକ ରାଉତ, ସଭ୍ୟ ପ୍ରଫୁଲ୍ଲ ଦାସ, ଅଜୟ ଦାସ, ସିଦ୍ଧେଶ୍ୱର କୁଅଁର, ରଶ୍ମିରଂଜନ ତୁଙ୍ଗ, ବିଶ୍ୱରଂଜନ ତୁଙ୍ଗ, ଶିବାନନ୍ଦ ମଲ୍ଲ, ଯତୀନ ମହାନ୍ତି, ବଜରଙ୍ଗ ଅଗ୍ରୱାଲ, ମହେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।