କ୍ରୀଡ଼ା

୫୪ତମ ଖୋ-ଖୋ: ରେଫରିଙ୍କୁ ଖେଳାଳିଙ୍କ ଆକ୍ରମଣ

By Biswaranjan Pattnaik

December 14, 2021

ଅନୁଗୁଳ: ୫୪ତମ ରାଜ୍ୟ ସ୍ତରୀୟ ଖୋ-ଖୋ ଚାମ୍ପିୟାନସିପ ରେ ସନ୍ଧ୍ୟା     ସୁଦ୍ଧା ୫୦ ଟି ମ୍ୟାଚ ଅନୁଷ୍ଠିତ ହୋଇସାରି ଥିବାବେଳେ ମଙ୍ଗଲବାର ଖେଳକୁ ଉଦଘାଟନ କରିଥିଲେ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ। ଆଜି ଦିନର ସବୁ ଠାରୁ ପ୍ରତିଦ୍ବନ୍ଦିତା ପୂର୍ଣ ଖେଳ ପୁରୁଷ ବର୍ଗ କଟକ ଓ ଗଜପତି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚଭରା ଏହି ମ୍ୟାଚ ରେ ମଧ୍ୟାନ୍ତର ସୁଦ୍ଧା କଟକ ୧୧-୯ରେ ଆଗୁଆ ଥିବା ବେଳେ ମଧ୍ୟାନ୍ତର ପରେ କଟକ ଦଳର ଜଣେ ଖେଳାଳି ଚେଜିଙ୍ଗ ବେଳେ ପଏଣ୍ଟ ଦାବୀ କରି ନପାଇବାରୁ ରେଫରି ଙ୍କୁ ଆକ୍ରମଣ କରିଥିଲେ। ଏଥରେ ଦର୍ଶକ ମଧ୍ୟ ହୋ ହଲ୍ଲା କରି କୋର୍ଟ ଭିତରକୁ ପଶି ଆସିଥିଲେ। ରାଜ୍ୟ ସେକ୍ରେଟାରୀ ପ୍ରଦ୍ୟୁମ୍ନ ମିଶ୍ର ଓ ପୋଲିସ ତୁରନ୍ତ ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲେ। ଶେଷରେ କଟକ ଦଳ ବିଜୟୀ ହୋଇଥିଲେ ମଧ୍ୟ ଉକ୍ତ ଖେଳାଳୀଙ୍କୁ ରେଡ଼ କାର୍ଡ ଦିଆଯାଇଥିଲା।