ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନାର ଲମ୍ବ ଡ଼ିଆଁ ଦେଖିବାକୁ ମିଳିଛି। ଦୀର୍ଘ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳକୁ ଥିବାବେଳେ ଶନିବାର ଏହା ଗୋଟିଏ ଦିନରେ ୫୫ଜଣ ଆକ୍ରାନ୍ତ ହୋଇଛନ୍ତି। ବଅଁରପାଳ ଅଞ୍ଚଳରେ ୧୯, ଛେଣ୍ଡିପଦା ଅଞ୍ଚଳରୁ ୧୭ ଓ ତାଳଚେର ଅଞ୍ଚଳରୁ ୧୧ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି। କରୋନା ବୃଦ୍ଧିକୁ ଦେଖି ପୁଲିସ୍ ପକ୍ଷରୁ ଆଜି ବିଭିନ୍ନ ସପିଙ୍ଗ ମଲ୍, ଉଠା ଦୋକାନ ଉପରେ ଚଢ଼ାଉ କରିଥିଲା। ଅମାନିଆ ଦୋକାନ ମାଲିକଙ୍କୁ ଫାଇନ କରାଯିବା ସହ ତାଗିଦ୍ କରାଯାଇଥିଲା। ଲୋକେ ସଚେତନ ନହେଲେ ପରିସ୍ଥିତି ନିଶ୍ଚିତ ରୂପେ ଅଣାୟତ୍ତ ହେବ ।