ଅନୁଗୁଳ: ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣାରେ ଆହତ ରୋଗୀଙ୍କ ରକ୍ତର ଆବଶ୍ୟକତାକୁ ଦୂର କରିବା ନିମନ୍ତେ ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହଙ୍କ ନିର୍ଦ୍ଦେଶରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଛାତ୍ର-ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି।
ଅରୁଣାଭ ସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୭ ଜଣ କଟକ ବଡ଼ ମେଡିକାଲରେ ରକ୍ତଦାନ କରିଛନ୍ତି। କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ, କଟକ ଜିଲ୍ଲା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ସାହୁ, ମହେନ୍ଦ୍ର ମହାଳିକ, ସୁବ୍ରତ ସାହୁ, ପ୍ରଶାନ୍ତ ମହାପାତ୍ର, ବିଭୁତି ସାହୁ, ଦିଲ୍ଲୀପ ମହାପାତ୍ର, ବାପୁନ ଦାସ, ପ୍ରଦୀପ ମହାପାତ୍ର, ଜିତେନ୍ଦ୍ର ନାଥ, ସୁବ୍ରତ ମହାପାତ୍ର, ସୌମ୍ୟରଞ୍ଜନ ଦାଶ, ଚଗଲା ସାହୁ, ସୁଶାନ୍ତ କୁମାର ଧଳବିଶୋଇ, ସିପୁନ ସାହୁ, ଅମରେଶ ସାହୁ, ସତ୍ୟାନନ୍ଦ ସାମଲ, ସୌମେନ୍ଦ୍ର ଭୋଇ, ମନୋଜ ଦାସ, ସୁମନ୍ତ ଭୋଇ, ସୂର୍ଯ୍ୟ ଭୋଇ, ଆନନ୍ଦ ଭୋଇ, ଆଦିତ୍ୟ ନାଏକ, ସୁବାଷ ବାଘ, ଦେବାଶିଷ ସାହୁ, ଦିଲ୍ଲୀପ ପରିଡା, ପ୍ରବୀଣ ସ୍ୱାଇଁ, ସ୍ମୃତିରଞ୍ଜନ ବାରିକ, ଶୁଭଙ୍କର ମିନାଧି, ବିଶୁ ବାରିକ, ଅମରେଶ ଦଳବେହେରା, ଦୀପକ ନାଏକ, ରୀଙ୍କନ ବେହେରା, ରାଜେଶ ଭୂତିଆ, ବଣ୍ଟି ସାହୁ, ପିଙ୍କୁନ ସାହୁ, କଳିଙ୍ଗ ସାମଲ, ଅନୀଲ ସେଠି, ଅଭିରାମ ସେଠି, ସୁଶାନ୍ତ ସିଂହ, ପ୍ରମୋଦ ବେହେରା, ସୁନୀଲ ବେହେରା, ସରୋଜ ରଣା, ପୁରୁଷୋତ୍ତମ ସିଂହ, ଦେବବ୍ରତ ନାଏକ, ସୁବ୍ରଜିତ ନାଏକ, ସୌମ୍ୟରଞ୍ଜନ ସାହୁ, ସୁମନ ନାଏକ, ଦିଲ୍ଲୀପ ସାହୁ, ଦୀପକ ସାହୁ, ପ୍ରବୀଣ ବିଶୋଇ, ଅନ୍ତର୍ଯ୍ୟାମୀ ବିଶୋଇ, ଦେବଦତ୍ତ ମାଝୀ, ଆଦିତ୍ୟ ମାଝୀ, ବିଶ୍ୱଜିତ ବରାହ, ରବିନ ବରାହ, ରାଜୀବ ଲୋଚନ ବେହେରା, ସୁବ୍ରତ ସାହୁ ରକ୍ତଦାନ କରିଥିଲେ। ଏଥିରେ ମୋଟ ୫୭ ୟୁନିଟ ରକ୍ତ ସଂଗୃହୀତ ହୋଇଛି।