ମୁଖ୍ୟ ଖବର

୫୮ ଗ୍ରାମ ବ୍ରାଉନସୁଗାର ସହ ବାଇକ୍ ଜବତ, ଦୁଇ ଗିରଫ

By Angul TV Bureau

March 30, 2024

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ୨ ଯୁବକ ବାଇକ ଯୋଗେ ବ୍ରାଉନସୁଗାର ନେଇ ଯାଉଥ‌ିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବିକ୍ରମପୁର ଏଫସିଆଇ ଛକଠାରେ ଶୁକ୍ରବାର ଗିରଫ କରାଯିବା ସହ ସେମାନଙ୍କଠାରୁ ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୮୦ ହଜାର ହେବ ବୋଲି ବିଭାଗପକ୍ଷରୁ ଆକଳନ କରାଯାଇଛି।

ସୂଚନା ଯେ, ଗିରଫ ୨ ଅଭିଯୁକ୍ତ ହେଲେ ତୁରଙ୍ଗ ଗାଁର ସନ୍ତୋଷ ବେହେରା (୨୨) ଓ ଦେବ ବେହେରା (୩୫) । ଏହି ଦୁଇ ଜଣ ଏକ ବାଇକରେ ବ୍ରାଉନସୁଗାର ନେଇଯାଇଥିବା ବେଳେ ଅନୁଗୁଳ ଅବକାରୀ ବିଭାଗର ସ୍ଵତନ୍ତ୍ରୱାର୍ଡ ବିକ୍ରମପୁର ଥାନା ଏଫସିଆଇ ମୁଣ୍ଡାବଜାର ପାଖରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ସେମାନଙ୍କ ପାଖରୁ ବ୍ରାଉନସୁଗାର ସହ ଦୁଇ ହଜାର ଟଙ୍କା ଜବତ ପରେ ସେମାନଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।