ଅନ୍ୟାନ୍ୟ

ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ୍ ଅର୍ଗାନାଇଜେସନର ୫୮ତମ ପ୍ରତିଷ୍ଠା ଦିବସ ପାଳିତ

By Angul TV Bureau

June 26, 2023

ଅନୁଗୁଳ: ଭାରତର ବିପ୍ଳବୀ ଯୁବ ସଂଗଠନ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ୟୁଥ୍ ଅର୍ଗାନାଇଜେସନର ୫୮ତମ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଶିକ୍ଷକପଡାସ୍ଥ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି।

ସଂଗଠନର ଜିଲ୍ଲା ସଭାପତି ନିରଞ୍ଜନ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମାନସ ପାଳ ଯୋଗଦେଇ ସଂଗଠନର ରକ୍ତ ପତାକା ଉତ୍ତୋଳନ କରିଥିଲେ। ପରେ କାର୍ଯ୍ୟକର୍ତ୍ତାମାନେ ସହିଦ ସ୍ତମ୍ଭରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ସଂଗଠନର ପ୍ରାଣ ପ୍ରତିଷ୍ଠାତା ତଥା ମହାନ୍ ଦାର୍ଶନିକ ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ ଆସନ୍ତା ୫ ଅଗଷ୍ଟରେ କଲିକତା ବ୍ରିଗେଡ ଗ୍ରାଉଣ୍ଡରେ ହେବାକୁ ଥିବା ମହାସମାବେଶରେ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଯୋଗଦେବା ପାଇଁ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାର୍ଯ୍ୟକର୍ତ୍ତା ନବକିଶୋର ପ୍ରଧାନ, ବିଷ୍ଣୁ ସାହୁ, ଭରତ ନାଏକ, ଅନିଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।