ଭୁବନେଶ୍ୱର : ଆଜି ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅତ୍ୟାଧୁନିକ ସେବାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଥମେ ରାଜ୍ୟର ମୁଖ୍ୟ ସହର ଗୁଡ଼ିକ 5G ନେଟୱର୍କ ସହ ଯୋଡ଼ି ହେବ। ଓଡ଼ିଶାରେ ୫ ହଜାର ଟାଓ୍ଵାର ୭ ହଜାର ଗାଁକୁ ସଂଯୋଗ କରିବ। କିଛି ସପ୍ତାହ ଭିତରେ ଆଉ ୫ଟି ସହରରେ ୫ଜି ସେବା ଉପଲବ୍ଧ ହେବ। ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ ଟି ଟାଓ୍ଵାରର ଉଦ୍ଘାଟନ ହୋଇଛି। ଏଣିକି ଓଡ଼ିଶାର ପ୍ରତିଟି ଗାଁକୁ ୫ ଜି ସେବା ମିଳିବ। ଏଥିପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୦୦ କୋଟି ଟଙ୍କା ଦେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏହି ସେବା ରିଲାଏନ୍ସ, ଏୟାରଟେଲ ଓ ଜିଓ ଯୋଗାଉଛନ୍ତି। ଧୀରେ ଧୀରେ ଗ୍ରାମାଞ୍ଚଳରେ ମଧ୍ୟ ଏହା ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରକାଶ ଯେ ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ।