ମୁଖ୍ୟ ଖବର

ଦେଶରେ ପ୍ରଥମ: ଓଡ଼ିଶାରେ ଆସନ୍ତାକାଲି ଲଞ୍ଚ୍ ହେବ 5G ସେବା

By Angul TV Bureau

January 04, 2023

ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଲଞ୍ଚ୍ ହେବ 5G ସେବା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଓଡ଼ିଶାରେ ଦୁଇ ଟେଲିକମ ଅପରେଟର ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ଏହି ସେବା ଯୋଗାଇବାକୁ ଅନୁମତି ମିଳିଛି। ସେଥିପାଇଁ ଅଟୋମେଟିକ୍ ନେଟୱର୍କ ପ୍ରସ୍ତୁତି ଶେଷ କରିଛନ୍ତି । ଏହି ଦୁଇ ସଂସ୍ଥା ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍ ବା ବୋର୍ଡ ଟ୍ରାନ୍ସିଭର ଷ୍ଟେସନ ଲଗାଇସାରିଛନ୍ତି। ପୂର୍ବରୁ କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି କାମ ଶେଷ ହେବ ବୋଲି ସେ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ, ଯାହା ଆସନ୍ତାକାଲି ପୂରଣ ହେବାକୁ ଯାଉଛି।

ବର୍ତ୍ତମାନ ଦେଶର ୧୨ଟି ସହରର ୫ଜି ସେବାରେ ଉପଭୋକ୍ତାଙ୍କୁ ଅଧିକ ବୈଷୟିକ ସହାୟତା ମିଳିବ। ୫ଜି ମାଧ୍ୟମରେ ଇଣ୍ଟରନେଟ ଡାଉନ୍‌ ଲୋଡ୍‌ ସ୍ପିଡ ପ୍ରତି ସେକେଣ୍ଡକୁ ୧୦ ଜିବିପିଏସ୍ ହୋଇଯିବ। ଏହା ପରେ ଭୁବନେଶ୍ୱର ଷ୍ଟେସନ ଜର୍ମାନୀ, ଜାପାନ ଭଳି ବିଶ୍ୱସ୍ତରୀୟ ହେବ।