ମୁଖ୍ୟ ଖବର

୫ଟି ଛାଟ: ଦାୟିତ୍ବରୁ ହଟିଲେ ଅସାଧୁ ପୋୖର କର୍ମଚାରୀ

By Biswaranjan Pattnaik

November 19, 2022

ଅନୁଗୁଳ: ଏକଦା ଅନୁଗୁଳ ପୌରପାଳିକାରେ ଏବିସିଡି ନାମରେ ଥିବା ଚାରି କର୍ମଚାରୀଙ୍କ ହୁକୁମ ଚାଲୁଥିଲା। ଅନୁଗୁଳ ଜନସାଧାରଣ ବିଶେଷ କରି ବ୍ୟବସାୟୀ ମହଲ ବିଶେଷ ହନ୍ତସନ୍ତ ହେଉଥିଲେ। ସମୟକ୍ରମେ ସେ ଗୋଷ୍ଠୀ ଭାଙ୍ଗି ଯିବା ପରେ କରୋନା କାଳରେ ବି ସ୍କୋୟାର ଯୋଡିର ପ୍ରାଦୁର୍ଭାବ ବଢ଼ିଲା। ଏ ଯୋଡିଙ୍କୁ ଟ୍ରେଡ଼ ଲାଇସେନ୍ସ ଭଳି ଦୁଧିଆଳି ସେକ୍ସନ ମିଳିବା ପରେ ବୃହସ୍ପତି ପଞ୍ଚମ କୁ ଗଡ଼ିଲେ। ରୋଜଗାର ବଢ଼ିଲା,ତା ସାଙ୍ଗକୁ ପକେଟ ଗରମ ହେଲା।ହେଲେ ପକେଟ ଗରମ ହଉ ହଉ ୫ଟି ବିଭାଗର ଟେଲିଫୋନିକ ଟ୍ରାକିଂରେ ଅନୁଗୁଳର କିଛି ବ୍ୟବସାୟୀ ଟ୍ରେଡ଼ ଲାଇସେନ୍ସ ସେବା ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କଲେ ମାନେ ନମ୍ବର ୧୦ରୁ ଶୁନ।ଏହାପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପରୁ ଚିଠି ଆସିବ। ପରେ ଦୁଇ ଅସାଧୁ କର୍ମଚାରୀଙ୍କୁ ଦାୟିତ୍ବରୁ ହଟାଇ ନୂଆ ଲୋକଙ୍କୁ ଗତ ଶୁକ୍ରବାର ଠାରୁ ଦାୟିତ୍ୱ ଦିଆଯାଇଛି।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଏ ଖବର ନେଇ ପୋୖରମୁଖ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।