ଘଟଣା ଓ ଦୁର୍ଘଟଣା

ବ୍ରାହ୍ମଣୀ ନଦୀରେ ବୁଡ଼ି ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ, କାଲିଠୁ ଖୋଜୁଥିଲା ଅଗ୍ନିଶମ ବାହିନୀ

By Angul TV Bureau

June 19, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଟିପୋ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ଜଣେ ବୃଦ୍ଧଙ୍କର ବୁଡ଼ି ମୃତ୍ୟୁ ହୋଇଛି। ମୃତକ ହେଲେ ଉକ୍ତ ଗ୍ରାମର ୬୫ ବର୍ଷୀୟ ଛବି ବେହେରା।

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଛବି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ ଅପରାହ୍ନ ୪ଟା ସମୟରେ ମୃତଦେହ ଉଦ୍ଧାର କରିଥିଲେ।

ଘଟଣାସ୍ଥଳରେ ସମଲ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା (ନଂ ୧୦/୨୬) ରୁଜୁ କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ ତାଳଚେର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସମଲ ଆଇଆଇସି ମୁର୍ଣ୍ଣଲ କଲୋ ସୂଚନା ଦେଇଛନ୍ତି।