ଅନ୍ୟାନ୍ୟ

ରାଜ୍ୟ କ୍ୟାବିନେଟରେ ପାସ୍ କରାଯାଇଥିବା ତ୍ରୁଟି ପୂର୍ଣ୍ଣ ଶିକ୍ଷା ବିଲକୁ ବିରୋଧ, ୬୬୨ ବର୍ଗ ଅଧ୍ୟାପକଙ୍କ ନିରବ ଶୋଭାଯାତ୍ରା

By Biswaranjan Pattnaik

January 25, 2023

ଅନୁଗୁଳ: ରାଜ୍ୟ କ୍ୟାବିନେଟରେ ପାସ୍ କରାଯାଇଥିବା ତ୍ରୁଟି ପୂର୍ଣ୍ଣ ଶିକ୍ଷା ବିଲକୁ ବିରୋଧ କରି ଆଜି ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ରାଜ୍ୟ ନେତୃତ୍ବର ଆହ୍ୱାନ କ୍ରମେ ଅନୁଗୁଳ ଜିଲ୍ଲା ୬୬୨ ବର୍ଗ ସଂଘ ତରଫରୁ ନିରବ ଶୋଭାଯାତ୍ରା କରାଯାଇଛି। ୪୨୦୦ ଗ୍ରେଡପେ ପାଉଥିବା ୪୮୮ ବର୍ଗ ସଂଘରେ କାର୍ଯ୍ୟ କରୁଥିବା ପିଇଟି, ଲାଇବ୍ରେରିଆନମାନେ ୬୬୨ ବର୍ଗ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଅଧ୍ୟାପକଙ୍କ ଠାରୁ ଅଧିକ ବେତନ ଦେବାକୁ ସରକାର ସ୍ଥିର କରିଛନ୍ତି। ‌ଏହା ଏକ ତ୍ରୁଟିପୂର୍ଣ୍ଣ ନୀତି ହୋଇଥିବାରୁ ଏହାକୁ ସଂଘ ବିରୋଧ କରିଛି। ଏହି ନୀତିର ପୁନର୍ବିଚାର କରିବା ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହାକୁ ବିରୋଧ କରି ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜଧାନୀରେ ଏକ ବିଶାଳ ସମାବେଶ କରାଯିବ ବୋଲି ଅନୁଗୁଳ ଜିଲ୍ଲା ସଂଘର ସଭାପତି ପ୍ରଭାତ କୁମାର ସିହ୍ନା ଏବଂ ସମ୍ପାଦକ ନରେନ୍ଦ୍ର କୁମାର ପାଇକରାୟ ସୂଚନା ଦେଇଛନ୍ତି।