ମୁଖ୍ୟ ଖବର

ତାଳଚେର ଅବକାରୀ ବିଭାଗକୁ ବଡ଼ ସଫଳତା: ୬୮ ଗ୍ରାମ୍‌ ହେରୋଇନ୍‌ ଜବତ, ଜଣେ ଗିରଫ

By Angul TV Bureau

April 24, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୬୮ ଗ୍ରାମ୍‌ ହେରୋଇନ୍‌ ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ନନ୍ଦ ଗାଇପାଇ (୨୬)। ଅଭିଯୁକ୍ତଙ୍କ ଠାରୁ ଏକ ବାଇକ୍‌ (OD-19-W-2875), ୭୫ହଜାର ଟଙ୍କାର ଏକ ମୋବାଇଲ ଫୋନ ଜବତ କରାଯାଇଛି।ସୂଚନା ମୁତାବକ, ଆଜି ବିଭାଗୀୟ ଅଧିକାରୀ ମାନେ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ହାଟପଦା ନିକଟରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ନନ୍ଦ ଗାଇପାଇଙ୍କ ଠାରୁ ୬୮ ଗ୍ରାମ୍‌ ହେରୋଇନ୍‌ ଜବତ ହୋଇଛି। ପୁଲିସ ନନ୍ଦଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଏହି ଚଢ଼ଉରେ ତାଳଚେର ଅବକାରୀ ନିରୀକ୍ଷକ ଉମାକାନ୍ତ ସ୍ୱାଇଁ, ଅବକାରୀ ଥାନା ଅଧିକାରୀ ହଟିଆ ବେହେରା, ଏଏସ୍‌ଆଇ ମାନସ ରଞ୍ଜନ ପ୍ରଧାନ, ସରୋଜ କୁମାର ସାହୁ, ପପୁନ କୁମାର ପ୍ରଧାନ, ଗୌରୀ ଓରାମ ପ୍ରମୁଖ ସାମିଲ ଥିଲେ।