ଅନୁଗୁଳ: ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ତାଳଚେର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୬୮ ଲିଟର ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ଗ୍ରାମର ପ୍ରଦୀପ ସିଂହ(୨୯), ସନ୍ଥପଡ଼ା ଗ୍ରାମର ପ୍ରଶାନ୍ତ କୁମାର ସାମଲ(୩୦), କୃଷ୍ଣବଲ୍ଲଭ ମହାନ୍ତି(୨୯) ଓ ଦୁଷ୍ମନ୍ତ ବାରିକ(୩୦)। ଅଭିଯୁକ୍ତଙ୍କ ନିକଟରୁ ୬୨ ଲିଟର ଦେଶୀ ମଦ ଓ ୬ ଲିଟର ବିଦେଶୀ ମଦ ସହ ଏକ ବାଇକ୍ ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କ ନାମରେ ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅନୁଗୁଳ ମୋବାଇଲ ସ୍କ୍ୱାଡ୍ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀ, ତାଳଚେର ରେଞ୍ଜ ଇନ୍ସପେକ୍ଟର ସୁମତି ତ୍ରିପାଠୀ, ତାଳଚେର ଅବକାରୀ ଥାନା ଅଧିକାରୀ ରବିନ୍ଦ୍ରନାଥ ପ୍ରଧାନ, ଏଏସ୍ଆଇ ରମେଶ ବେହେରା, ଜାକିର ହୁସେନ୍, ସନ୍ତୋଷ ସାହୁ, ସରୋଜ ସାହୁ ଓ ଅମର କୁଜୁର ପ୍ରମୁଖ ସାମିଲ ଥିଲେ।