ମୁଖ୍ୟ ଖବର

୫ ବର୍ଷରେ ୬୮ ସଫଳତା: ଜିନ୍ଦଲର ‘ଉତ୍କର୍ଷ’ କାର୍ଯ୍ୟକ୍ରମର ବଡ଼ ଉପଲବ୍ଧି

By Angul TV Bureau

September 09, 2026

ଅନୁଗୋଳ: ଜିନ୍ଦଲ ଫାଉଣ୍ଡେସନର ପ୍ରମୁଖ କୋଚିଂ କାର୍ଯ୍ୟକ୍ରମ ‘ଉତ୍କର୍ଷ’ ଜରିଆରେ ପ୍ରସ୍ତୁତି କରି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରୀକ୍ଷାରେ ସଫଳତା ହାସଲ କରିଥିବା ୧୦ ଜଣ ପ୍ରାର୍ଥୀଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜିନ୍ଦଲ ଷ୍ଟିଲ୍, ଅନୁଗୋଳ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଜିନ୍ଦଲ ଷ୍ଟିଲର ମୁଖ୍ୟ ପରିଚାଳନା ଅଧିକାରୀ ରାଜୀବ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି.କେ. ବିଜୁ ନାୟାର ଏବଂ ଜିନ୍ଦଲ ଫାଉଣ୍ଡେସନର ସିଏସଆର ଗୋଷ୍ଠୀ ମୁଖ୍ୟ ରିଷି ପଠାନିଆ ଉପସ୍ଥିତ ଥିଲେ।

ଏହି ଅବସରରେ କୃତକାର୍ଯ୍ୟ ହୋଇଥିବା ସଂଗ୍ରାମ ପ୍ରଧାନ (୫ମ), ସୁଶ୍ରୀ ସୁମନ ଗୁପ୍ତା (୧୫ତମ), ସୋମନାଥ ପତି (୧୭ତମ), ସୌରଭ ମହାପାତ୍ର (୩୦ତମ), ଶୁଭଲକ୍ଷ୍ମୀ ପାତ୍ର (୩୪ତମ),  ଶତରୂପା ମିତ୍ର (୪୯ତମ), ଅକ୍ଷତା ସାହୁ (୭୧ତମ), ରବୀନ୍ଦ୍ର ରାଉତ (୧୦୭ତମ), ସୁଭାସ୍ମିତା ଜେନା (୧୧୧ତମ) ଏବଂ ସଞ୍ଜୟ ପୁର୍ତି (୧୪୧ତମ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଫଳ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ରାଜୀବ କୁମାର ସେମାନଙ୍କ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଜିନ୍ଦଲ ଫାଉଣ୍ଡେସନ ମାଧ୍ୟମରେ ପ୍ରତିଭାବାନ ଯୁବପିଢିଙ୍କୁ ନିରନ୍ତର ସମର୍ଥନ ଓ ମାର୍ଗଦର୍ଶନ ଜାରି ରହିବ। ଶ୍ରୀ ବିଜୁ ନାୟାର ଲୋକସେବାର ମୂଲ୍ୟବୋଧ ବଜାୟ ରଖି ସମାଜରେ ଅର୍ଥପୂର୍ଣ୍ଣ ଅବଦାନ ଦେବାକୁ ଉତ୍ସାହିତ କରିଥିଲେ। ‘ଉତ୍କର୍ଷ’ ଜରିଆରେ ଅର୍ଥନୈତିକ ଭାବେ ଅନଗ୍ରସର ପରିବାରର ସିଭିଲ୍ ସର୍ଭିସ୍ ଆଶାୟୀଙ୍କୁ ମାଗଣା କୋଚିଂ ଓ ମାର୍ଗଦର୍ଶନ ପ୍ରଦାନ କରାଯାଉଛି।

ଗତ ପାଞ୍ଚ ବର୍ଷରେ ଏହି କାର୍ଯ୍ୟକ୍ରମ ଜରିଆରେ ୬୮ ଜଣ ଓପିଏସସିରେ ସଫଳ ହୋଇଥିବା ବେଳେ ୧୨୦ରୁ ଅଧିକ ପ୍ରାର୍ଥୀ ବିଭିନ୍ନ ସରକାରୀ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି। ସଫଳ ପ୍ରାର୍ଥୀମାନେ ଜିନ୍ଦଲ ଫାଉଣ୍ଡେସନ ଓ ଆଇଏଏସ୍ ଗୁରୁକୂଳର ପ୍ରତିଷ୍ଠାତା ସୂରଜ କୁମାର ମିଶ୍ରଙ୍କ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଜିନ୍ଦଲ ଷ୍ଟିଲ୍ ଅନୁଗୋଳର ସିଏସଆର ମୁଖ୍ୟ ଜୟନ୍ତ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସଫଳ ପ୍ରାର୍ଥୀମାନଙ୍କୁ ପ୍ଲାଣ୍ଟ ପରିଦର୍ଶନ କରାଯାଇଥିଲା।