ମୁଖ୍ୟ ଖବର

ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ଆରମ୍ଭ: ସବୁଜ ବାର୍ତ୍ତା ସହ କ୍ୟାମ୍ପସ ପରିକ୍ରମା

By Angul TV Bureau

August 21, 2026

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ଷଷ୍ଠ ବାର୍ଷିକ ଉତ୍ସବ ଆଜି ମହାସମାରୋହରେ ଆରମ୍ଭ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଥିବା ମା’ ସରସ୍ୱତୀଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଗାନ୍ଧୀ ଶାନ୍ତି ସ୍ମୃତି ସ୍ଥଳ ନିକଟରୁ କ୍ୟାମ୍ପସ ପରିକ୍ରମା ଆରମ୍ଭ ହୋଇଥିଲା।

ବିଶ୍ୱବିଦ୍ୟାଳୟ ଏନ୍.ଏସ୍.ଏସ୍ (NSS) ବ୍ୟୁରୋ ସହଯୋଗରେ ଆୟୋଜିତ ଏହି ସଚେତନତା ରାଲି ମାଧ୍ୟମରେ ସବୁଜ କ୍ୟାମ୍ପସ ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା। ଏହି ରାଲିକୁ ପି.ଜି. କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏହାସହିତ ପରିକ୍ରମା ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ସହ ମାଲ୍ୟାର୍ପଣ କରାଯାଇଥିଲା।

ଏହି କ୍ୟାମ୍ପସ ପରିକ୍ରମାରେ ଶତାଧିକ ପୂର୍ବତନ ତଥା ବର୍ତ୍ତମାନର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ପୁରାତନ ଛାତ୍ରସଂଘର ସଭାପତି ତଥା ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (DGP) ଡ. ସତ୍ୟଜିତ ମହାନ୍ତି ଏହି ଉତ୍ସବକୁ “ଉତ୍କଳର ଏକତାର ପର୍ବ” ବୋଲି ଅଭିହିତ କରିଛନ୍ତି।