ମୁଖ୍ୟ ଖବର

ଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

By Angul TV Bureau

July 21, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ଷଷ୍ଠ ପ୍ରତିଷ୍ଠା ଉତ୍ସବ ସୋମବାର ଛେଣ୍ଡିପଦା ଓକିଲ ସଂଘର ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ଦୁର୍ଯ୍ୟୋଧନ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ଜେଏମଏଫସି ଅଦାଲତର ବିଚାରପତି ଶୁଭଲକ୍ଷ୍ମୀ ପଟ୍ଟନାୟକ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ୬ଷ୍ଠ ବର୍ଷ ପାଳନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମରେ ଛେଣ୍ଡିପଦା ଆଇନଜୀବୀ ସଙ୍ଘର ସମ୍ପାଦକ ଅଶୋକ କୁମାର ଦ୍ବିବେଦୀ, ଉପସଭାପତି ବିଜୟ କୁମାର ବେହେରାଙ୍କ ସମେତ ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।