ମୁଖ୍ୟ ଖବର

ଜୁନ ୨୫ରୁ ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ

By Angul TV Bureau

May 12, 2025

ଭୁବନେଶ୍ବର: ଓଡ଼ିଶା ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଜୁନ୍ ୨୫ ତାରିଖ ଦିନ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଯୋଗ ଦେଇ ସମ୍ମିଳନୀକୁ ସମ୍ବୋଧନ କରିବେ।

ହାରୋ ଅଧ୍ୟକ୍ଷ ଜେକେ ମହାନ୍ତି କହିଛନ୍ତି, ପର୍ଯ୍ୟଟନ ଓ ଶିଳ୍ପ ଜଗତର ଖ୍ୟାତନାମା ବ୍ୟକ୍ତିବିଶେଷ, ଟୁର୍ ଅପରେଟର୍, ଟ୍ରାଭେଲ ଏଜେଣ୍ଟ, ଶିକ୍ଷାବିତ, ପ୍ରଶାସକ, ସରକାରୀ ଅଧିକାରୀ ପ୍ରମୁଖ ଯୋଗଦେଇ ନିଜ ନିଜ ମତ ରଖିବେ। ସମସ୍ତଙ୍କ ମତ, ପ୍ରସ୍ତାବ ଆଦିକୁ ନେଇ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ସହ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟ ପୂରଣ ନିମନ୍ତେ ଉପଯୋଗ ହୋଇପାରିବ। ସେହିପରି ଓଡ଼ିଶା ପର୍ଯ୍ୟଟନ ନୀତି ପ୍ରଣୟନ ଦିଗରେ ମଧ୍ୟ ଏହା ସହାୟକ ହେବ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି।