ଅନୁଗୁଳ: ଅନୁଗୁଳ ଟେନିସ ଇଣ୍ଡୋର୍ ହଲରେ ଷଷ୍ଠ ରାଜ୍ୟ ୱାକୋ ଓଡ଼ିଶା କିକ ବକ୍ସିଂ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥିନେଇ ଆଜି ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ୱାକୋ ଓଡ଼ିଶା ରାଜ୍ୟ ସଭାପତି କାର୍ତ୍ତିକ ଡାକୁଆ, ଅନୁଗୁଳ ଜିଲ୍ଲା ସଭାପତି ଉଦୟ ଶଙ୍କର ମିଶ୍ର,ଉପ ସଭାପତି ହେମନ୍ତ ଦାସ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ କୋଷାଧ୍ୟକ୍ଷ ପଦ୍ମ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ବିଷୟରେ ବର୍ଣ୍ଣନା କରିଥିଲେ।
ଏହି ପ୍ରତିଯୋଗିତାରେ ୪୬୫ ଜୁନିଅର,ସିନିଅର,ବାଳକ ବାଳିକା ଖେଳାଳି ଏବଂ ୫୦ ଜଣ ଅଫିସିଆଲ୍ ଅଂଶ ଗ୍ରହଣ କରୁଛନ୍ତି। ବିଜୟୀ ପ୍ରତିଯୋଗୀମାନେ ଆସନ୍ତା ୧୬ ରୁ ୨୦ ତାରିଖ ଯାଏ ଛତିଶଗଡରେ ହେବାକୁ ଥିବା ଜାତୀୟ ଖେଳରେ ଅଂଶ ଗ୍ରହଣ କରିବେ। ଅନୁଗୁଳରେ ଏହି ପ୍ରତିଯୋଗିତା ପାଇଁ ପିଲା ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଛି।