ମୁଖ୍ୟ ଖବର

ପୁଲିସ ଅଧିକାରୀ ସ୍ତରରେ ଅଦଳବଦଳ

By Angul TV Bureau

June 07, 2022

ଅନୁଗୁଳ: ରାଜ୍ୟ ସରକାର ଶତାଧିକ ପୁଲିସ ସବ୍-ଇନିସ୍ପେକ୍ଟରଙ୍କର ଇନିସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥିବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଇନିସ୍ପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ବରିଷ୍ଠ ଇନିସ୍ପେକ୍ଟର ଜ୍ଞାନରଞ୍ଜନ ସାମଲଙ୍କୁ ପିଟିସି, ନାଲ୍‌କୋ ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ବାଳଙ୍କୁ ଓଏଚ୍‌ଆର୍‌ସି ଏବଂ ପିଟିସିରେ କାର୍ଯ୍ୟରତ ଝୁନାରାଣୀ ସାହୁଙ୍କୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଏକାଡ଼େମୀକୁ ବଦଳି ହୋଇଛି। ସେହିପରି ଜିଲ୍ଲାରେ କାର୍ଯ୍ୟରତ ୭ ଜଣ ସବ୍-ଇନିସ୍ପେକ୍ଟର ଇନିସ୍ପେକ୍ଟର ଭାବେ ପଦୋନ୍ନତି ପାଇଛି। ସେମାନଙ୍କ ମଧ୍ୟରୁ ସ୍ନିତାଞ୍ଜଳି ପ୍ରଧାନ, ବିକ୍ରମ ବିହାରୀ ଜୟପୁରିଆ, ବିଜୟ କୁମାର ସ୍ୱାଇଁ, ଦିଲ୍ଲୀପ କୁମାର ଲାକ୍ରାଙ୍କୁ ଅନୁଗୁଳରେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରକାଶ କୁମାର ମାଝିଙ୍କୁ କମିସନରେଟ୍ ପୁଲିସ, ରୀତାରାଣୀ ପ୍ରଧାନଙ୍କୁ କଳାହାଣ୍ଡି ଓ କଳ୍ପନା ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡ଼ିଛି।